୫ଟିରେ ବିଜେପି ଓ ୬ଟିରେ ବିଜେଡି ଲୋକସଭା ପ୍ରାର୍ଥୀ ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

୫ଟିରେ ବିଜେପି ଓ ୬ଟିରେ ବିଜେଡି ଲୋକସଭା ପ୍ରାର୍ଥୀ ଆଗୁଆ

pratapsarangi

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଭୋଟ୍ ଗଣତି ଚାଲିଛି। ଶେଷ ଖବର ଲେଖାଯିବା ସୁଦ୍ଧା ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୧୧ଟିର ଫଳାଫଳ ଆସୁଛି। ଏବେ ବି ଏହି ସବୁ ଆସନରେ ଗଣତି ଚାଲିଥିବା ବେଳେ ୬ଟି ଆସନରେ ବିଜେପି ଆଗୁଆ ରହିଥିବା ବେଳେ ବିଜେଡି ୫ଟିରେ ଆଗରେ ରହିଛି।

ବଲାଙ୍ଗିରରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓ ଆଗରେ ଥିବା ବେଳେ ଢେଙ୍କାନାଳ ଓ ଭୁବନେଶ୍ୱରରେ ଯଥାକ୍ରମେ ଦଳୀୟ ପ୍ରାର୍ଥୀ ରୁଦ୍ର ପାଣି ଓ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅପରାଜିତା ଷଡ଼ଙ୍ଗୀ ୪୦୦୦ ଭୋଟରେ ଆଗୁଆ ଅଛନ୍ତି। ବାଲେଶ୍ୱରରେ ପ୍ରତାପ ଷଡ଼ଙ୍ଗୀ ଆଗରେ ରହିଛନ୍ତି। ସେହିପରି ସମ୍ବଲପୁରରେ ନୀତେଶ ଗଙ୍ଗଦେବ ଓ ସୁନ୍ଦରଗଡ଼ରେ ଜୁଏଲ ଓରାମ ଆଗରେ ଚାଲିଛନ୍ତି।

ଆସିକା ଲୋକସଭାରେ ଆସନରେ ବିଜେଡି ପ୍ରାର୍ଥୀ ପ୍ରମିଳା ବିଷୋୟୀ ଆଗରେ ଚାଲିଥିବା ବେଳେ ନବରଙ୍ଗପୁରରେ ଦଳୀୟ ପ୍ରାର୍ଥୀ ରମେଶ ମାଝୀ ଆଗରେ ଚାଲିଛନ୍ତି। ବରଗଡ଼ରେ ପ୍ରସନ୍ନ ଆଚାର୍ଯ୍ୟ, କନ୍ଧମାଳରେ ଅଚ୍ୟୁତ ସାମନ୍ତ ଓ କେନ୍ଦ୍ରାପଡ଼ାରେ ଅନୁଭବ ମହାନ୍ତି ଆଗରେ ଚାଲିଛନ୍ତି। କୋରାପୁଟରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ଆଗରେ ଅଛନ୍ତି।

ଅନ୍ୟପକ୍ଷରେ ୧୪୬ଟି ବିଧାନସଭା ଆସନ ମଧ୍ୟରୁ ୪୪ଟି ଫଳାଫଳ ସାମ୍ନାକୁ ଆସୁଛି। ଏହି ସବୁ ଆସନରେ ଏବେବି ଗଣତି ଚାଲିଥିବା ବେଳେ ଏଥିରେ ୩୦ଟିରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ୬ଟି ଓ କଂଗ୍ରେସ ଗୋଟିଏ ଆସନରେ ଆଗରେ ରହିଛି।



from Odisha Reporter http://bit.ly/2VXBaXq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages