ସୁନ୍ଦରଗଡ଼(ବିଜୟ ବାରୁଆ):ସୁନ୍ଦରଗଡ଼ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ସୁନ୍ଦରଗଡ଼ ସହରର ପ୍ରାୟ ୮ଟି କୋଚିଂ ସେଣ୍ଟର ଏବଂ ୩ଟି ପେଟ୍ରୋଲ ପମ୍ପରେ ଚଢ଼ାଉ କରାଯାଇ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯାଇଛି। ଚଢ଼ାଉ ସମୟରେ କୌଣସି କୋଚିଂ ସେଣ୍ଟରରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି। ସମସ୍ତ କୋଚିଂ ସେଣ୍ଟର ମାଲିକଙ୍କୁ ତାଗିଦ କରିବା ସହ ଯଥା ଶୀଘ୍ର ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ଏବଂ ବିଭାଗ ପକ୍ଷରୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ ପାଇଁ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସହରର ୩ଟି ପେଟ୍ରୋଲ ପମ୍ପରେ ମଧ୍ୟ ଅନୁରୁପ ଭାବେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ଯାଞ୍ଚ ପରେ ସହକାରୀ ଅଗ୍ନିଶମ ଅଧିକାରୀ କହିଛନ୍ତି,“ସମସ୍ତ ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ରିପୋର୍ଟ କରାଯିବ। ଏଥିସହ ଏସବୁ ପେଟ୍ରୋଲ ପମ୍ପ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯିବ।”
from Odisha Reporter http://bit.ly/2WeSQhp
No comments:
Post a Comment