
ମାଲକାନଗିରି (ଜିତେନ୍ଦ୍ର ବେଉରା): ସାପ କାମୁଡିବାରୁ, ସାପ ସହ ମେଡିକାଲକୁ ଚାଲିଆସିଲେ ଜଣେ ବ୍ୟକ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରିରେ।
ମାଲକାନଗିରି ଜିଲ୍ଲା ଏମ୍ଭି-୬୩ ଗାଁର ପାର୍ଥ ସରକାର ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ସାପ ତାଙ୍କ ବାମ ଗୋଡ଼କୁ କାମୁଡ଼ି ଦେଇଥିଲେ। ତା’ପରେ ସେ ସେଠାରେ ସାପକୁ ପିଟି ମାରି ଦେଇଥିଲେ। ସାପ ମରିଯିବା ପରେ ସେ ମାଲକାନଗିରି ଡାକ୍ତରଖାନାକୁ ଆସିଥିଲେ। ବିଷ ଚରିଯିବା ଭୟରେ ଜଙ୍ଘରେ ସେ ଗାମୁଛା ବି ବାନ୍ଧିଥିଲେ। ତେବେ ସେ ମଲା ସାପଟିକୁ ମଧ୍ୟ ସାଙ୍ଗରେ ନେଇ ଆସିଥିଲେ।
ସାପକୁ ଦେଖି ଡାକ୍ତରଖାନାରେ ଥିବା ଲୋକେ ଡରି ଯାଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ପାର୍ଥ ମଲା ସାପଟିକୁ ଡାକ୍ତରଖାନା ବାହାରେ ଫୋପାଡ଼ି ଦେଇଥିଲେ। ତା’ପରେ ତାଙ୍କର ଚିକିତ୍ସା ହୋଇଥିଲା। ତେବେ ସାପଟି ବିଷଧର ହୋଇ ନଥିବାରୁ ପାର୍ଥଙ୍କ ଜୀବନ ପ୍ରତି ବିପଦ ନଥିଲା। ସାମାନ୍ୟ ଚିକିତ୍ସା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା।
from Odisha Reporter http://bit.ly/2VDJX0v
No comments:
Post a Comment