
ଦିଲ୍ଲୀ: ବରିଷ୍ଠ ଅଭିନେତା ତଥା ମକ୍କଲ ନିଧି ମଇୟମ୍ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ ଧର୍ମ ଆଧାରରେ ଯେଉଁ ମନ୍ତବ୍ୟ ରଖିଥିଲେ ତାର ତର୍ଜମା କରିବା ପାଇଁ ନିର୍ବାଚନ କମିଶନଙ୍କୁ କହିଛନ୍ତି ଦିଲ୍ଲୀ ହାଇକୋର୍ଟ। ତେବେ ଏହି ମାମଲା ତାମିଲନାଡୁରେ ହୋଇଥିବାରୁ ସ୍ଥାନୀୟ କୋର୍ଟରେ ଆବେଦନ କରିବା ପାଇଁ ଆବେଦନକାରୀ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟଙ୍କୁ ଦିଲ୍ଲୀ ହାଇକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ ଯେ, ରବିବାର ତାମିଲନାଡୁର କରୁର ଜିଲ୍ଲାର ଅରଭାକୁରିଚିରେ କମଲ ହାସନ ପ୍ରଚାର କରୁଥିବା ବେଳେ କହିଥିଲେ ‘ସ୍ୱାଧୀନ ଭାରତରେ ପ୍ରଥମ ଉଗ୍ରବାଦୀ ହେଉଛନ୍ତି ଜଣେ ହିନ୍ଦୁ, ତାଙ୍କ ନାଁ ନାଥୁରାମ ଗଡସେ’। ତେବେ ମୁସଲିମ ବହୁଳ ଅଞ୍ଚଳରେ ସେ ପ୍ରଚାର କରୁଥିବାରୁ ଏପରି ମନ୍ତବ୍ୟ ଦେଇ ନଥିବା କହିଥିଲେ କମଲ ହାସନ। ସେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାଣ୍ଡ ସଂକ୍ରାନ୍ତରେ ପ୍ରଶ୍ନ ପଚାରିବାକୁ ଆସିଛନ୍ତି ବୋଲି କହିଥିଲେ।
ଏହାକୁ ନେଇ ବିଜେପି ନେତା ଅଶ୍ୱୀନୀ ଉପାଧ୍ୟାୟ ଦିଲ୍ଲୀ ହାଇକୋର୍ଟରେ କମଲ ହାସନଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ନିର୍ବାଚନ ବେଳେ କମଲ ହାସନ ଧର୍ମ ଆଧାରରେ ମନ୍ତବ୍ୟ ରଖି ଭୋଟ ବ୍ୟାଙ୍କ ଲାଭ ଉଦ୍ଦେଶ୍ୟରେ ଏପରି ମନ୍ତବ୍ୟ ରଖିଛନ୍ତି ବୋଲି ବିଜେପି ନେତା ଜଣଙ୍କ ନିଜ ଆବେଦନରେ ଦର୍ଶାଇଥିଲେ। ଏଥିସହ ନିର୍ବାଚନ ବେଳେ ଧର୍ମ, ଜାତି ଆଧାରରେ ପ୍ରଚାର କରିବା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ବୋଲି ନିର୍ବାଚନ କମିଶନଙ୍କ ଗାଇଡ ଲାଇନରେ ରହିଛି। ହେଲେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ କମଲ ହାସନ ଅବମାନନା କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଜେପି ନେତା ତଥା ଆଇନଜୀବୀ ଅଶ୍ୱୀନୀ ଉପାଧ୍ୟାୟ ଆବେଦନ କରିଥିଲେ।
ସେହିପରି କମଲ ହାସନଙ୍କ ମନ୍ତବ୍ୟ ଦୁଇ ଧର୍ମ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ହୃଦବୋଧ ହେବା ପରେ କରୁର ଜିଲ୍ଲାର ଅରଭକୁରିଚି ପୁଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
କମଲ ହାସନଙ୍କ ଏହି ମନ୍ତବ୍ୟକୁ ଗତକାଲି ଏଆଇଏମଆଇଏମର ମୁଖ୍ୟ ଅସାଦୁଦ୍ଦିନ ଓୱେସୀ, କଂଗ୍ରେସ ଏବଂ ଡିଏମକେ ସମର୍ଥନ କରିଥିବା ବେଳେ ବିଜେପି ଓ ଏଆଇଡିଏମକେ ଏହି ମନ୍ତବ୍ୟକୁ ବିରୋଧ କରିଛନ୍ତି।
from Odisha Reporter http://bit.ly/2VAgS6d
No comments:
Post a Comment