ସ୍କୁଟିକୁ ଚାପି ଦେଲା ଟ୍ରକ୍‌: ପୁଅ ମୃତ, ବାପା ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ସ୍କୁଟିକୁ ଚାପି ଦେଲା ଟ୍ରକ୍‌: ପୁଅ ମୃତ, ବାପା ଗୁରୁତର

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ଟ୍ୟୁସନ ସାରି ଘରକୁ ଫେରୁଥିବା ବେଳେ ଟ୍ରକ ଚାପାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ତାଙ୍କ ବାପା ମଧ୍ୟ ଗୁରୁତର ହୋଇଛନ୍ତି। ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅନ୍ତର୍ଗତ ଗୌରାଙ୍ଗପୁର ଗାଁରେ ।

ମୃତକ ହେଲେ  ଅଷ୍ଟମ ଶ୍ରେଣୀ ଛାତ୍ର ସୌମ୍ୟରଞ୍ଜନ ପ‍ଢ଼ିଆରୀ। ଗୁରୁତର ହୋଇ ପଡିଥିବା ତାଙ୍କ ବାପା ରଞ୍ଜିତ କୁମାର ପଢ଼ିଆରୀଙ୍କୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଗତକାଲି ରାତିରେ ସୌମ୍ୟରଞ୍ଜନ ଟ୍ୟୁସନ୍‌ ସାରି ବାପାଙ୍କ ସହ ସ୍କୁଟିରେ ଘରକୁ ଆସୁଥିଲେ। ଏହି ସମୟରେ ପଛକୁ ବ୍ୟାକ୍‌ କରୁଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ ତାଙ୍କ ସ୍କୁଟିକୁ ଚାପି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଗାଁ ଲୋକେ ଅଟକ ରଖିଛନ୍ତି। ହେଲେ ଡ୍ରାଇଭର ଫେରାର୍ ହୋଇଯାଇଛି। ରଣପୁର ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter http://bit.ly/2KbiQ5Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages