ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଭୟଙ୍କର ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ସକାଳ ୮ଟାରୁ ଆରମ୍ଭ ହୋଇଯାଉଛି ପ୍ରଚଣ୍ଡ ଖରାର ପ୍ରକୋପ। ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଓଡ଼ିଶା ସବୁଠି ଗରମ ସହ ଗୁଳୁଗୁଳି।
ତାତିରୁ ତ୍ରାହି ପାଇଁ ଦିନ ମଜୁରିଆ, ରିକ୍ସା ଚାଳକମାନେ ରାସ୍ତା କଡ଼ରେ, ଗଛ ଛାଇରେ ବିଶ୍ରାମ ନେଉଥିବାର ଦେଖିବାକୁ ମିଳୁଛି।ତେବେ ଦ୍ୱିପ୍ରହରରେ ତାତି ସମୟରେ ବିଦ୍ୟୁତ୍ କାଟ୍ ଲୋକଙ୍କୁ ଅସ୍ତବ୍ୟସ୍ତ କରିଦେଉଛି।
ଶିଳ୍ପ ସମୃଦ୍ଧ ଅନୁଗୋଳ ଏବଂ କୋଇଲା ନଗରୀ ତାଳଚେରରେ ଗତ କିଛି ଦିନ ଧରି ପାରଦରେ ଅହେତୁକ ବୃଦ୍ଧି ଜନଜୀବନକୁ ପ୍ରଭାବିତ କରିଛି।
from Odisha Reporter http://bit.ly/2EI3xyi
No comments:
Post a Comment