ଭୋଟ୍‌ ଗଣତି ନେଇ ଡିଜିପିଙ୍କ ସୁରକ୍ଷା ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ଭୋଟ୍‌ ଗଣତି ନେଇ ଡିଜିପିଙ୍କ ସୁରକ୍ଷା ବୈଠକ

dgpmeeting

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତା ୨୩ ତାରିଖରେ ରାଜ୍ୟରେ ଭୋଟ୍‌ ଗଣତି ହେବ। ଏହି ସମୟରେ ସୁରକ୍ଷା ବ୍ୟବସ୍ଥା କେମିତି ରହିବ, ସେ ନେଇ ପୁଲିସ୍‌ ଡିଜି ଆର.ପି.ଶର୍ମାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

୬୨ଟି ସ୍ଥାନରେ ଭୋଟ୍‌ ଗଣତି ହେବାକୁ ଥିବା ବେଳେ ସେଠାରେ ସୁରକ୍ଷା କଡ଼ାକଡ଼ି ହେବା ନେଇ ଏକ ପ୍ରେସ୍‌ ରିଲିଜ୍ ମାଧ୍ୟମରେ ଡିଜିପି ସୂଚନା ଦେଇଛନ୍ତି। ନିର୍ବାଚନ କମିଶନଙ୍କ ଗାଇଡ୍‌ଲାଇନ୍ ଅନୁସାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଗଣତି କେନ୍ଦ୍ରଗୁଡ଼ିକରେ ପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା ସହ ପୁଲିସ୍‌ ଏବଂ ଓଏସ୍‌ଏପି ସଜାଗ ରହିବେ। ଏପିଆର୍‌, ଓଏପିଏଫ୍‌, ହୋମ୍‌ଗାର୍ଡ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଫୋର୍ସ ମଧ୍ୟ ମୁତୟନ ରହିବେ। ଗଣତି ବେଳେ ଯେଭଳି କୌଣସି ଅପ୍ରୀତିକର ସ୍ଥିତି ସୃଷ୍ଟି ନ ହେବ, ସେ ନେଇ ସତର୍କତା ଅବଲମ୍ବନ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

ନକ୍ସଲ ଅଞ୍ଚଳରେ ଥିବା ଭୋଟ୍‌ ଗଣତି କେନ୍ଦ୍ରରେ ଏସ୍‌ଓଜି ଯବାନ ସଜାଗ ରହିବେ। ଗଣତି କେନ୍ଦ୍ର ବାହାରେ ଓ ଭିତରେ ସିସିଟିଭି ବ୍ୟବସ୍ଥା କରାଯିବ।

ଏବେ ଷ୍ଟ୍ରଙ୍ଗରୁମ୍‌ର ସୁରକ୍ଷା ପାଇଁ ୬୯ କମ୍ପାନୀ ସେଣ୍ଟ୍ରାଲ୍ ଆର୍ମଡ୍ ପୁଲିସ୍ ଫୋର୍ସ(ସିଏପିଏଫ୍‌) ମୁତୟନ ଅଛନ୍ତି। ଏଗୁଡ଼ିକରେ ଅତିରିକ୍ତ ୧୨ ସିଏପିଏଫ୍‌ କମ୍ପାନୀ ମୁତୟନ ହେବେ ବୋଲି ମଧ୍ୟ ଡିଜିପି ସୂଚନା ଦେଇଛନ୍ତି।



from Odisha Reporter http://bit.ly/2JRM9dF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages