
ଦାନ୍ତେୱାଡ଼ା: ଛତିଶଗଡ଼ର ଦାନ୍ତେୱାଡ଼ା ଜିଲ୍ଲାରେ ନକ୍ସଲ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ସଂଘଟିତ ଗୁଳି ବିନିମୟରେ ୨ ଜଣ ନକ୍ସଲଙ୍କର ମୃତ୍ୟୁ ହୋଇଛି। ଭୋର ୫ଟା ବେଳକୁ ଏହି ଗୁଳି ବିନିମୟ ହୋଇଥିବା ସୂଚନା ମିଳିଛି। ଆରନ୍ପୁର ପୁଲିସ୍ ଥାନା ଅଧୀନସ୍ଥ ଗୋଣ୍ଡେରାସ୍ ଜଙ୍ଗଲରେ ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଏବଂ ସ୍ପେଶାଲ ଟାସ୍କ ଫୋର୍ସର ମିଳିତ ଅପରେସନ ସମୟରେ ନକ୍ସଲଙ୍କ ସହିତ ଏହି ଗୁଳି ବିନିମୟ ହୋଇଥିଲା।
ଏନ୍କାଉଣ୍ଟରସ୍ଥଳରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି। ଏତଦ୍ବ୍ୟତୀତ ଘଟଣାସ୍ଥଳରୁ ଏକ ଇନ୍ସାସ୍ ରାଇଫଲ, ଗୁଳି ସହ ଗୋଟିଏ ୧୨ ବୋର୍ ମାରଣାସ୍ତ୍ର ଏବଂ ନକ୍ସଲ ପ୍ରଚାରପତ୍ର ଭଳି ସାମଗ୍ରୀ ଜବତ କରାଯାଥିଲା।
ସୁରକ୍ଷା ବାହିନୀ ପକ୍ଷରୁ କେହି ମୃତାହତ ହୋଇଥିବା ସୂଚନା ମିଳିନି। କିନ୍ତୁ ଶେଷ କବର ସୁଦ୍ଧା ସର୍ଚ୍ଚ ଅପରେସନ୍ ଜାରି ରହିଥିଲା। ଦାନ୍ତେୱାଡ଼ା ଏସ୍ପି ଅଭିଷେକ ପଲାୱା କହିଛନ୍ତି, ଡିଆରଜି ମହିଳା କମାଣ୍ଡୋ ‘ଦନ୍ତେଶ୍ୱରୀ ଲଡ଼ାକୋଁ’ ମଧ୍ୟ ଏହି ଅପରେସନ୍ରେ ସାମିଲ ଥିଲା। ଗତ କିଛି ଦିନ ତଳେ ହିଁ କିଛି ସମର୍ପଣ କରିଥିବା ମହିଳା ନକ୍ସଲ ଏବଂ କିଛି ସମର୍ପଣ କରିଥିବା ନକ୍ସଲଙ୍କ ପତ୍ନୀଙ୍କୁ ସାମିଲ କରି ଦାନ୍ତେୱାଡ଼ାରେ ୩୦ ଜଣିଆ ମହିଳା କମାଣ୍ଡୋ ଗଠନ କରାଯାଇଛି।
from Odisha Reporter http://bit.ly/2Luk8LN
No comments:
Post a Comment