ହାତୀ ଆକ୍ରମଣରେ ଦୁଇ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ହାତୀ ଆକ୍ରମଣରେ ଦୁଇ ମୃତ

death

ଆନନ୍ଦପୁର(ମୁନା ସିଂହ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ହଡ଼ାଗଡ଼ା ହସ୍ତୀ ଅଭୟାରଣ୍ୟ ନିକଟରେ ଥିବା ନୂଆରୁଗୁଡ଼ି ଓ କାନପୁର ଗାଁରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି।

ଗତକାଲି ସନ୍ଧ୍ୟାରେ ନୂଆରୁଗୁଡ଼ି ଗାଁର ଜଣେ ବ୍ୟକ୍ତି ଏକ ବାଇକ୍‌ରେ ଘରକୁ ଆସୁଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ତାଙ୍କ ନାଁ  ଜଗା ମଲ୍ଲିକ। ହାତୀ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି କାନପୁର ଗାଁର ଜଣେ ମହିଳା ଆଜି ଭୋର ପ୍ରାୟ ୫ଟାବେଳେ ନିଜ ଆମ୍ୱ ବଗିଚାକୁ ଯିବାବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ତାଙ୍କ ନାଁ ସଞ୍ଜୁଲତା ରାଉତ। ସଞ୍ଜୁଲତାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।



from Odisha Reporter http://bit.ly/2VsIAg9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages