ରୋଷେଇ ଘରେ ଥିବା ଜିନିଷ ବ୍ୟବହାର କରି କମାନ୍ତୁ ଓଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ରୋଷେଇ ଘରେ ଥିବା ଜିନିଷ ବ୍ୟବହାର କରି କମାନ୍ତୁ ଓଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୋଟାପଣ ଆଜିକାଲିର ଏକ ମୁଖ୍ୟ ସମସ୍ୟା। ଏଥିଯୋଗୁ ଲୁକ୍‌ ଖରାପ ହେବା ସହ ଦେଖାଦିଏ ବହୁ ସ୍ୱାସ୍ଥ୍ୟ ସମସ୍ୟା। ଓଜନ କମାଇବା ପାଇଁ ମଧ୍ୟ ଲୋକେ ବିଭିନ୍ନ ପ୍ରକାର ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି। ହେଲେ ଏହା କରିବା ସତ୍ତ୍ୱେ ଶରୀରର ଓଜନ କମ୍ ହୋଇ ନଥାଏ।

କିନ୍ତୁ ଆପଣ ଜାଣିଛନ୍ତି କି, ରୋଷେଇ ଘରେ ଥିବା ଜିନିଷ ବ୍ୟବହାର କରି ମଧ୍ୟ ଆପଣ ନିଜ ଓଜନ କମାଇ ପାରିବେ। ଏହାର ଫର୍ମୂଲା ଆମେ ଆପଣଙ୍କୁ କହିବୁ। ତେବେ ପଢ଼ନ୍ତୁ କିପରି ଆପଣ ଏହି ସବୁ ଜିନିଷ ବ୍ୟବହାର କରି ଓଜନ କମାଇ ପାରିବେ।

ମେଥି

ଓଜନ କମାଇବା ପାଇଁ ମେଥି ଏକ ଭଲ ଜିନିଷ। ଏହା ଭୋକ ନିୟନ୍ତ୍ରଣ କରିଥାଏ। ଆପଣ ଯଦି ନିଜ ଖାଇବାକୁ ଆୟତ୍ତ କରିପାରୁ ନାହାନ୍ତି। ତାହାଲେ ଖାଦ୍ୟରେ ମେଥିର ବ୍ୟବହାର କରନ୍ତୁ। ଏହା ଆପଣଙ୍କ ପେଟକୁ ଫୁଲ୍‌ ରଖିବା ସହ ଭୋକ ମଧ୍ୟ ନିୟନ୍ତ୍ରଣ କରିଥାଏ। ଏହା ସହ ମେଥି ଉଚ୍ଚ ରକ୍ତଚାପ, କୋଲେଷ୍ଟୋରଲ୍‌ ଏବଂ ଡାଇବେଟିସ୍‌ ଭଳି ରୋଗକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ।

ଜିରା

ଆମେ ରୋଷେଇରେ ଜିରା ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଏହାକୁ ବ୍ୟବହାର କରି ଆପଣ ଓଜନ ମଧ୍ୟ କମାଇ ପାରିବେ। ଗୋଟେ ଚାମଚ ଜିରା ଶରୀରର ତିନିଗୁଣା ଓଜନ କମାଇ ପାରେ। ଆପଣ ଖାଦ୍ୟରେ ଜିରା ବ୍ୟବହାର କରି ମଧ୍ୟ ଓଜନ କମାଇ ପାରିବେ।

ଅଦା

ଅଦା ଆମ ରୋଷେଇ ଘରେ ମୁଖ୍ୟ ମସଲା ରୂପେ ବ୍ୟବହାର ହୋଇଥାଏ। ଏହାକୁ ଆମେ ଘରୋଇ ଔଷଧ ରୂପେ ମଧ୍ୟ ବ୍ୟବହାର କରି ଅନେକ ରୋଗରୁ ଉପଷମ ପାଇଥାଉ। ଅନ୍ୟ ଗୁଣ୍ଡ ମସଲା ନ ପକାଇ ଆପଣ ଖାଦ୍ୟରେ ଅଦା ବ୍ୟବହାର କରନ୍ତୁ। ଏହା ଆପଣଙ୍କ ଓଜନ କମାଇବା ସହ ପେଟର ଚର୍ବି ମଧ୍ୟ କମ୍‌ କରିଥାଏ।

ରସୁଣ

ଅଦା ଭଳି ରସୁଣ ମଧ୍ୟ ଆମ ଶରୀର ପାଇଁ ବହୁତ ଲାଭ ହୋଇଥାଏ। ଖାଦ୍ୟରେ ରସୁଣ ବ୍ୟବହାର କରିବା ଦ୍ୱାରା ମଧ୍ୟ ଶରୀରରେ ଜମା ହୋଇ ରହିଥିବା ଫ୍ୟାଟ୍‌ କମ୍‌ କରିଥାଏ। ଏହା ସହ ଶରୀରର ଏହା ତାପମାତ୍ରା ସଠିକ୍‌ ରଖି ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରିଥାଏ। ଏହା ସହ ପ୍ରତିଦିନ ଖାଦ୍ୟରେ କଞ୍ଚା ରସୁଣ ବ୍ୟବହାର ଉଚ୍ଚ ରକ୍ତ ଚାପ ଭଳି ସମସ୍ୟାକୁ ଦୂରରେ ରଖିଥାଏ



from Odisha Reporter http://bit.ly/30suDCD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages