ୟୁ ଟ୍ୟୁବରୁ ତାଲିମ ନେଇ ପ୍ରେମିକାର ସ୍ୱାମୀକୁ ହତ୍ୟାକଲା ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ୟୁ ଟ୍ୟୁବରୁ ତାଲିମ ନେଇ ପ୍ରେମିକାର ସ୍ୱାମୀକୁ ହତ୍ୟାକଲା ପ୍ରେମିକ

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ବର୍ଷେ ତଳେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମାଷ୍ଟରମାଇଣ୍ଡ ପୁଞ୍ଜିଲାଲ୍‌ ମେହେର Youtubeରୁ ଫର୍ମୁଲା ଶିଖି କରିଥିଲା ବ୍ଲାଷ୍ଟ। ଏହି ଭୟଙ୍କର ଘଟଣା ଏବେବି ସମସ୍ତଙ୍କ ମନେ ଅଛି। ଏବେ ଠିକ୍‌ ସେମିତି ଏକ ଘଟଣା ରାୟଗଡ଼ ଜିଲ୍ଲାରେ ଘଟିଛି। ପ୍ରେମିକାର ସ୍ୱାମୀକୁ ହତ୍ୟା କରିବା ପାଇଁ Youtubeରୁ ଫର୍ମୁଲା ନେଇଥିଲେ ପ୍ରେମିକ। ଯେଉଁଥିରେ ଖୋଦ୍‌ ପ୍ରେମିକାଙ୍କ ହାତ ରହିଥିବା ପୁଲିସ କହିଛି।

ପୂରା ଘଟଣା ଏମିତି। ମୁନିଗୁଡ଼ା ଥାନା ସମଦଳା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ରାମଚନ୍ଦ୍ର ମହାନନ୍ଦିଆ। ସେ ଆଜକୁ ପ୍ରାୟ ୧୬ ବର୍ଷ ତଳେ ଗୁଣପୁରର ସୁନିତା ମହାନନ୍ଦିଆଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ପରେ ବେଶ ହସଖୁସିରେ ଚାଲିଥିଲା ତାଙ୍କ ପରିବାର। ସେମାନଙ୍କର ବର୍ତ୍ତମାନ ଗୋଟିଏ ଝିଅ ଓ ଗୋଟିଏ ପୁଅ ଅଛନ୍ତି। ରାମଚନ୍ଦ୍ରଙ୍କୁ ଶିକ୍ଷକତାରୁ ମିଳୁଥିବା ଦରମାରେ ଚଳୁଥିଲା ପୂରା ପରିବାର। କିନ୍ତୁ ପତ୍ନୀଙ୍କ ମନ ଥିଲା ତାଙ୍କ ପୁରୁଣା ପ୍ରେମିକଙ୍କ ପାଖରେ। ଘରୋଇ କାମରୁ ଫୁର୍ସତ ମିଳିଲେ ପ୍ରେମିକା ଗୁଣପୁରର ଆମ୍ବେଦକର ନଗରର ରମେଶ ପାତିକାଙ୍କ ସହିତ ଫୋନ୍‌ରେ କଥା ହେଉଥିଲେ। ଘରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉ ବା ସ୍ୱାମୀଙ୍କ ଅତ୍ୟାଚାର, ସବୁ କଥା ଫୋନ୍‌ରେ ପ୍ରେମିକଙ୍କୁ ଜଣାଉଥିଲେ ସୁନିତା। ପ୍ରେମିକାଙ୍କଠାରୁ ବାରମ୍ୱାର ସ୍ୱାମୀଙ୍କ ଆଚରଣ ଓ ନିର୍ଯାତନା କଥା ଶୁଣି ରମେଶଙ୍କ ମନରେ କ୍ରୋଧ ଆସିଥିଲା। ଆଉ ତା’ପରେ ସେ ରାମଚନ୍ଦ୍ରଙ୍କୁ ରାସ୍ତାରୁ ହଟାଇବା ପାଇଁ କରିଥିଲେ ଯୋଜନା।

ରାମଚନ୍ଦ୍ରଙ୍କୁ କିପରି ରାସ୍ତାରୁ ହଟାଇ ହେବ? ତାହାର ଉତ୍ତର Youtubeରେ ଖୋଜିଥିଲେ ରମେଶ। ଶେଷରେ ମିଳିଥିଲା ହତ୍ୟା କରିବାର ରାସ୍ତା। ନିଶା ଦେଇ ରାମଚନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଯୋଜନା କରି ଗତ ୧୯ ତାରିଖ ସନ୍ଧ୍ୟାରେ ଏକ ଟାଭେରା ଗାଡ଼ିରେ ରମେଶ ବାହାରି ପଡ଼ିଲେ। ସେତେ ବେଳେ ସୁନିତା ଥାଆନ୍ତି ନିଜ ବାପ ଘରେ। ଗୁଣପୁରରେ ପହଞ୍ଚି ରମେଶ ଓ ତାଙ୍କ ସହଯୋଗୀ କାଳିଆର ମୋବାଇଲ ଫୋନ୍‌ରେ ରାମଚନ୍ଦ୍ରଙ୍କୁ କୁଟ୍ରାଗଡ଼ ନିକଟସ୍ଥ ଏକ ଇଟାଭାଟି ପାଖକୁ ଡାକିଥିଲେ। ରାମଚନ୍ଦ୍ର ସେଠାରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ କିଛି ସମୟ ଯୁକ୍ତିତର୍କ ହୋଇଥିଲା। ପରେ ଇଟାରେ ରାମଚନ୍ଦ୍ରଙ୍କ ମୁଣ୍ଡକୁ ଛେଚି ରମେଶ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହାକୁ ଏକ ଦୁର୍ଘଟଣାର ରୂପ ଦେବାପାଇଁ ଘରୁ ରାମଚନ୍ଦ୍ରଙ୍କ ବାଇକ୍‌ ନେଇ କୁଟ୍ରାଗଡ଼ ବ୍ରିଜ ତଳେ ଫୋପାଡ଼ି ଦେଇଥିଲେ ବୋଲି ମୁନିଗୁଡା SDPO ଚନ୍ଦ୍ରଶେଖର ହୋତା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଗତ ୨୦ ତାରିଖରେ ମୁନିଗୁଡା ଥାନା କୁଟ୍ରାଗଡ଼ର ଵଂଶଧାରା ବ୍ରିଜ ତଳୁ ରାମଚନ୍ଦ୍ର ମହାନନ୍ଦିଆଙ୍କ ମୃତଦେହ ପୁଲିସ ଉଦ୍ଧାର କରିଥିଲା। ମୃତକଙ୍କ ଭାଇଙ୍କ ଲିଖିତ ଅଭିଯୋଗ କ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ପାଇଁ ଏକ ଟିମ ଗଠନ କରିଥିଲା। ଶେଷରେ ପୁଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ପୁଲିସ ମାମଲା ରୁଜୁ କରି ସୁନିତା, ମୁଖ୍ୟ ଅଭିଯୁକ୍ତ ରମେଶ ପାତିକା ଓ ସହଯୋଗୀ କାଳିଆକୁ ମୁନିଗୁଡା ଥାନାରେ ନଂ 66/19 ରେ ଏକ ମାମଲା ରୁଜୁ କରି ଧାରା 279/304(A)/302/201/120(B) ଓ 34ରେ କୋର୍ଟ ଚାଲାଣ କରିଛି।



from Odisha Reporter http://bit.ly/2Z2lZtb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages