ପୁରୀ ଭଳି ଭୁବନେଶ୍ୱରରେ ବି ବ୍ୟାପୁଛି ଝାଡ଼ାବାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

ପୁରୀ ଭଳି ଭୁବନେଶ୍ୱରରେ ବି ବ୍ୟାପୁଛି ଝାଡ଼ାବାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ‘ଫୋନି’ ମାଡ଼ରେ ଘରଦ୍ୱାର, ଚାଷବେଉସା ଉଜୁଡ଼ିଯିବା ପରେ ଏବେ ଦାଉ ସାଧୁଛି ରୋଗ। ବାତ୍ୟା ଲ୍ୟାଣ୍ଡଫଲ୍ କରିଥିବା ପୁରୀ ଜିଲ୍ଲା ଭଳି ରାଜଧାନୀ ଭୁବନେଶ୍ୱରରେ ଏବେ ଦେଖିବାକୁ ମିଳିଛି ଝାଡ଼ାବାନ୍ତିର ପ୍ରକୋପ। ଏକାଧିକ ଅଞ୍ଚଳର ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହେବାରେ ଲାଗିଛନ୍ତି।

ପୁରୀ ଜିଲ୍ଲାର ବ୍ରହ୍ମଗିରି ବିଜିପୁର ଗାଁର କୈଳାସ ଚନ୍ଦ୍ର କର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସ୍ଥିତି ଅସମ୍ଭାଳ ହେବାରୁ ତାଙ୍କୁ ପୁରୀ ଆଇଡିଏଚ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। କୈଳାସଙ୍କ ଭଳି ପୁରୀ ଜିଲ୍ଲାର ଗ୍ରାମାଞ୍ଚଳରେ ଏକାଧିକ ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ବିଶେଷ କରି ବ୍ରହ୍ମଗିରି, କୃଷ୍ଣପ୍ରସାଦ, ଚନ୍ଦନପୁର ଓ ସତ୍ୟବାଦୀ ଅଞ୍ଚଳର ବହୁ ମହିଳା ଓ ପୁରୁଷ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କିଏ ମେଡିକାଲରେ ପଡ଼ିରହିଛନ୍ତି ତ ଆଉ କିଏ ଚିକିତ୍ସିତ ହୋଇ ଘରକୁ ଫେରିଗଲେଣି। କିନ୍ତୁ ପ୍ରତିଦିନ ଜିଲ୍ଲାର ସମସ୍ତ ମେଡ଼ିକାଲ୍‌ରେ ରୋଗୀ ଭର୍ତ୍ତି ହେଉଥିବା କହିଛନ୍ତି ଡାକ୍ତର ଅନ୍ନଦା ପଟ୍ଟନାୟକ।

ପୁରୀ ଭଳି ଭୁବନେଶ୍ୱରରେ ମଧ୍ୟ ଝାଡ଼ାବାନ୍ତିର କୋପ ଦେଖିବାକୁ ମିଳିଛି। ରାଜଧାନୀର ଡୁମୁଡୁମା ଓ କୋଚିଲା ଅଞ୍ଚଳରେ ଝାଡ଼ାବାନ୍ତିର ପ୍ରକୋପ ଦେଖାଦେଇଛି। ପାଖାପାଖି ୧୦ରୁ ୧୫ ପରିବାର ଗତ ପ୍ରାୟ ୪ ଦିନ ହେଲା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଏମାନେ ‘ଫୋନି’ ଯୋଗୁ ବିଜୁଳି ନଥିବାରୁ କୂଅର ଦୂଷିତ ପାଣି ବ୍ୟବହାର କରୁଥିବା ଜଣାପଡ଼ିଛି। ସମସ୍ତଙ୍କୁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଔଷଧ ବଣ୍ଟନ କରାଯିବା ସହ ସଚେତନ କରାଯାଇଛି। ଝାଡ଼ାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ତେବେ ସ୍ଥିତି ଗମ୍ଭୀର ନଥିଲେ ମଧ୍ୟ ବର୍ତ୍ତମାନ ‘ଫୋନି’ ପ୍ରଭାବିତ ଅଞ୍ଚଳବାସୀଙ୍କ ପାଇଁ ସତର୍କତାର ଆବଶ୍ୟକତା ରହିଛି। ଦୂଷିତ କୂଅ କିମ୍ବା ପୋଖରୀ ପାଣି ନପିଇ ନଳକୂଅ ପାଣିକୁ ଫୁଟାଇ ପିଇବାକୁ ପରାମର୍ଶ ଦିଆଯାଉଛି। ନଚେତ୍ ୨୦ରୁ ୨୫ ଲିଟର ପାଣିରେ ଗୋଟିଏ କ୍ଲୋରିନ୍ ବଟିକା ପକାଇ ପିଇବାକୁ କୁହାଯାଉଛି।



from Odisha Reporter http://bit.ly/2HoCGcf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages