ମିକ୍ସର ମେସିନ୍‌ରେ ପଡ଼ି ଶ୍ରମିକ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 21, 2019

ମିକ୍ସର ମେସିନ୍‌ରେ ପଡ଼ି ଶ୍ରମିକ ମୃତ

labour

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ନୂଆହାଟ ଅଞ୍ଚଳରେ ମିକ୍ସର ମେସିନ୍‌ରେ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ମୃତ ଶ୍ରମିକଙ୍କ ନାଁ ଶଶିକାନ୍ତ ସାହୁ। ତାଙ୍କ ଘର ବାଲିକତିରଣ ଗାଁରେ ବୋଲି ଜଣାପଡ଼ିଛି।

ଆଜି ସକାଳେ ନୂଆହାଟ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ରାସ୍ତା କାମ ଚାଲିଥିଲା। ଏହି ସମୟରେ ଶଶିକାନ୍ତ ମିକ୍ସର ମେସିନ୍‌ରେ ତେଲ ପକାଉଥିଲେ। ତେବେ ଅସାବଧାନତା କାରଣରୁ ସେ ମେସିନ୍‌ରେ ପଡ଼ି ଚାପି ହୋଇଯାଇଥିଲେ।

ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍‌ ଘଟଣାର ଛାନ୍‌ଭିନ୍ କରୁଛି।



from Odisha Reporter http://bit.ly/2HGT86y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages