ସ୍ଲୋଭେନିଆ ଟାଇଟଲ ଜିତିଲେ ସୌରଭ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ସ୍ଲୋଭେନିଆ ଟାଇଟଲ ଜିତିଲେ ସୌରଭ

ହାଇଦ୍ରାବାଦ୍‌: ଭାରତର ଖ୍ୟାତନାମା ଶଟଲର୍‌ ସୌରଭ ବର୍ମା ଆଜି ପୁରୁଷ ଏକକ ବର୍ଗରେ ଚାମ୍ପିୟନ ହୋଇ ଭାରତ ପାଇଁ ସ୍ଲୋଭେନିଆ ଅନ୍ତର୍ଜାତୀୟ ଟାଇଟଲ ଜିତିଛନ୍ତି। ଆଜିର ଫାଇନାଲରେ ସୌରଭଙ୍କ ମୁକାବିଲା ଜାପାନ୍‌ର ମିନରଉ କୋଗାଙ୍କ ସହ ହୋଇଥିଲା। ଏହି ମୁକାବିଲାଟିକୁ ସୌରଭ ଏକ ପାଖିଆ ଭାବେ ୨୧-୧୭ ଓ ୨୧-୧୨ରେ ଜିତି ନେଇଥିଲେ।

ସୌରଭ ଗତବର୍ଷ ଭାରତ ପାଇଁ ଡଚ୍‌ ଓ ରୁଷ ଟାଇଟଲ ଜିତିଥିଲେ।

ଅନ୍ୟପକ୍ଷରେ ଭାରତର ମହିଳା ଡବଲ୍ସରେ ଭାରତକୁ ଦ୍ୱିତୀୟ ସ୍ଥାନରେ ରହିବାକୁ ପଡ଼ିଛି। ଭାରତର ପୂଜା ଡାଣ୍ଡୁ ଓ ସଞ୍ଜନା ସନ୍ତୋଷ ଫାଇନାଲ୍‌ ମୁକାବିଲାରେ ଇଂଲିଶ ଯୋଡ଼ି ଜେନ୍ନି ମୋର ଓ ଭିକ୍ଟୋରିଆ ୱିଲିୟମସନଙ୍କ ଠାରୁ ୧୪-୨୧ ଓ ୨୦-୨୨ରେ ପରାସ୍ତ ହୋଇଛନ୍ତି।



from Odisha Reporter http://bit.ly/2QboupM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages