ମୋଦିଙ୍କୁ ମାନହାନି ନୋଟିସ୍‌ ପଠାଇଲେ ମମତାଙ୍କ ପୁତୁରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ମୋଦିଙ୍କୁ ମାନହାନି ନୋଟିସ୍‌ ପଠାଇଲେ ମମତାଙ୍କ ପୁତୁରା

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସର ସାଂସଦ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମାନହାନି ନୋଟିସ୍‌ ପଠାଇଛନ୍ତି। ବୁଧବାର ଡାଇମଣ୍ଡ ହାର୍ବର ଠାରେ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଥିଲେ ଓ ଏଥିପାଇଁ ତାଙ୍କ ସମ୍ମାନହାନି ହୋଇଛି ବୋଲି ଏଥିରେ ଦର୍ଶାଯାଇଛି। ଶ୍ରୀ ବାନାର୍ଜୀ ଆସନ୍ତା ୩୬ ଘଣ୍ଟା ମଧ୍ୟରେ ମୋଦିଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ଏହି ନୋଟିସରେ କୁହାଯାଇଛି।

ଡାଇମଣ୍ଡ ହାର୍ବର ଆସନରୁ ଅଭିଷେକ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ବିଜେପିର ନିଲଞ୍ଜନ ରୟ ପ୍ରାର୍ଥୀ ହୋଇଛନ୍ତି।

ମୋଦି ପ୍ରଚାର ବେଳେ କହିଥିଲେ ଯେ “ବୁଆ-ଭତିଜାଙ୍କ ଶାସନ ସମୟରେ ପଶ୍ଚିମବଙ୍ଗ ରସାତଳକୁ ଚାଲିଗଲାଣି। କିନ୍ତୁ ଏବେ ଲୋକେ ସେମାନଙ୍କୁ ଜବାବ ଦେବେ। ବର୍ତ୍ତମାନ ପଶ୍ଚିମବଙ୍ଗରେ ଗଣତନ୍ତ୍ର ଗୁଣ୍ଡାତନ୍ତ୍ରରେ ପରିଣତ ହୋଇଗଲାଣି। ତୃଣମୂଳ କଂଗ୍ରେସର ଗୁଣ୍ଡାମାନେ ଲୋକଙ୍କ ଜୀବନକୁ ନର୍କ କରିଦେଲେଣି। କିନ୍ତୁ ଏବେ ଗୁଣ୍ଡାତନ୍ତ୍ରର ଦିନ ଶେଷ ହେବାକୁ ବସିଛି।”



from Odisha Reporter http://bit.ly/2w7T2j6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages