ଏହି ଅଭିନେତାଙ୍କ ସ୍ତ୍ରୀଙ୍କ ଫଟୋକୁ ବେଡ୍‌ରୁମ୍‌ରେ ରଖିଛନ୍ତି କରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ଏହି ଅଭିନେତାଙ୍କ ସ୍ତ୍ରୀଙ୍କ ଫଟୋକୁ ବେଡ୍‌ରୁମ୍‌ରେ ରଖିଛନ୍ତି କରଣ

ମୁମ୍ବାଇ: ୪୭ବର୍ଷରେ ପାଦ ଥାପିଛନ୍ତି କରଣ ଜୋହର୍‌। ୧୯୭୨ ମସିହା ମେ ୨୫ତାରିଖରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ସେ। କରଣଙ୍କ ପାଠପଢା ଆରମ୍ଭ ହୋଇଥିଲା ଗ୍ରୀନ୍ ଲନ୍ସ ହାଇସ୍କୁଲ୍‌ରେ। ଏହାପରେ ସେ ଏଚ୍‌ ଆର କଲେଜ ଅଫ୍‌ ଇକୋନୋମିକ୍ସରେ ପାଠ ପଢିଥିଲେ । ଏକଥା ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ କରଣଙ୍କ ପାଖରେ ଫ୍ରେଞ୍ଚ ଭାଷାରେ ମାଷ୍ଟର ଡିଗ୍ରୀ ରହିଛି।

୧୯୮୯ରେ ଦୁରଦର୍ଶନରେ ପ୍ରସାରିତ ହେଉଥିବା ସିରିଏଲ୍‌ ଇନ୍ଦ୍ରଧନୁସ୍‌ରେ ସେ ଶ୍ରୀକାନ୍ତ ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ଅଭିନୟ ଅପେକ୍ଷା ଫିଲ୍ମ ନିର୍ମାଣ କରିବା ପାଇଁ କରଣଙ୍କର ବେଶି ଆଗ୍ରହ ଥିଲା। ପଠା ସରିବା ପରେ କରନ୍‌ ଫିଲ୍ମ ନିର୍ମାଣ କରିବାକୁ ଲାଗିଲେ। ‘କଭି ଖୁସି କଭି ଗମ୍‌’, ‘କଭି ଅଲ୍‌ବିଦା ନା କେହେନା’ ପରି ଜବରଦସ୍ତ ପିଲ୍ମ ଦେଇଥିବା କରଣ ଫିଲ୍ମ ସହ ବନ୍ଧୁତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। କରଣ ବଲିଉଡ୍‌ ବାଦଶାହା ଶାହାରୁଖ୍‌ଙ୍କର ଭଲ ବନ୍ଧୁ। କେବଳ ଶାହାରୁଖ୍‌ ନୁହଁନ୍ତି ଶାହାରୁଖଙ୍କ ପତ୍ନୀ ଗୌରୀଙ୍କ ସହ ମଧ୍ୟ ତାଙ୍କର ଭଲ ସମ୍ପର୍କ ରହିଛି।

ଏକ ସାକ୍ଷାତକାରରେ କରଣ କହିଥିଲେ, ସେ ତାଙ୍କ  ବେଡ୍‌ରୁମ୍‌ରେ ବାପା ମାଆଙ୍କ ଫଟୋ ବ୍ୟତୀତ ଶାହାରୁଖ୍‌ ଏବଂ ଗୌରୀଙ୍କର ଏକ ଫଟୋ ରଖିଛନ୍ତି।   ଗୌରୀ କାମ ସହ ପରିବାର ମଧ୍ୟ ବେଶ୍‌ ଭଲ ଭାବେ ସମ୍ଭାଳୁଛନ୍ତି । ଏହି ଗୁଣ ତାଙ୍କୁ ବେଶ ପସନ୍ଦ  ବୋଲି ସେ କହିଥିଲେ। ଗୌରୀଙ୍କ ସହ ସେ ଇମୋସନାଲି କନେକ୍ଟ ଅଛନ୍ତି ବୋଲି ମଧ୍ୟ କୁହନ୍ତି।



from Odisha Reporter http://bit.ly/2EvegMk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages