ପରାଜୟ ପରେ ଆଜି ଦିଲ୍ଲୀରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

ପରାଜୟ ପରେ ଆଜି ଦିଲ୍ଲୀରେ ବସିବ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ କଂଗ୍ରେସ ଓ୍ୱାର୍କିଂ କମିଟି ବୈଠକ ବସୁଛି। ଦଳର ଏଭଳି ସ୍ଥିତି, ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ମଧ୍ୟପ୍ରଦେଶ ଓ କର୍ଣ୍ଣାଟକ ମେଣ୍ଟ ସରକାରର ସ୍ଥିତି ବାବଦରେ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।
କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ମୋଟ ୨୩ ଜଣ ସଦସ୍ୟ ରହିଛନ୍ତି। ଚଳିତ ଥର ୪ ଜଣ ସଂସଦକୁ ନିର୍ବାଚିତ ହୋଇଥିବା ବେଳେ ୧୨ ଜଣ ପରାଜୟ ହୋଇଛନ୍ତି। ଏବଂ ୭ ଜଣ ଚଳିତଥର ନିର୍ବାଚନ ଲଢ଼ିନଥିଲେ।

ଏହି ବୈଠକରେ ୫ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବେ ବୋଲି ଜଣାପଡ଼ିଛି। ମଧ୍ୟପ୍ରଦେଶ ଓ କର୍ଣ୍ଣାଟକରେ ବିଜେପି ସରକାର ଗଢ଼ିବା ପାଇଁ ପ୍ରୟାସ କରୁଥିବାରୁ ଏ ବାବଦରେ ମଧ୍ୟ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି।

ଏଥିସହ ଆଗାମୀ ଦିନରେ ହେବାକୁ ଥିବା ହରିଆନା, ଝାରଖଣ୍ଡ, ମହାରାଷ୍ଟ୍ର ଓ ବିହାରରେ ବିଧାନସଭା ନିର୍ବାଚନ ରହିଥିବାରୁ ଏ ବାବଦରେ ଆଲୋଚନା ହେବ। ନିକଟରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସ ବିଜେପିକୁ ଗାଦିଚ୍ୟୁତ କରି ଶାସନ ଭାର ସମ୍ଭାଳିଥିଲା। ହେଲେ ଲୋକସଭା ନିର୍ବାଚନରେ ୩ ରାଜ୍ୟରୁ ମାତ୍ର ୩ ଜଣ ସାଂସଦ ନିର୍ବାଚିତ ହୋଇଛନ୍ତି। ଯେଉଁଥିରେ ମଧ୍ୟପ୍ରଦେଶରୁ ଜଣେ ଏବଂ ଛତିଶଗଡରୁ ୨ ଜଣ ରହିଛନ୍ତି। ତେଣୁ ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଧାରଣ ନିର୍ବାଚନରେ ଦଳର ଏଭଳି ସ୍ଥିତି ପାଇଁ କାର୍ଯ୍ୟକାରିଣୀ ବୈଠକରେ ଜବାବ ରଖିବେ ବୋଲି ଜଣାପଡ଼ିଛି।

କଂଗ୍ରେସ ୨୦୧୪ରେ ୪୪ଟି ଆସନ ଜିତିଥିବା ବେଳେ ଚଳିତଥର ୫୫ଟି ଆସନ ଜିତିବାରେ ସକ୍ଷମ ହୋଇଛି।



from Odisha Reporter http://bit.ly/2X0Mlem

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages