
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର କିମ୍ବଦନ୍ତୀ କ୍ରିକେଟର ଏବି ଡିଭିଲିୟର୍ସ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବାର ସଙ୍କେତ ଦେଇଛନ୍ତି। ୨୦୧୮ ମେ’ ମାସରେ ଅପ୍ରତ୍ୟାଶିତ ଭାବେ ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଥିବା ଡିଭିଲିୟର୍ସ ବିଭିନ୍ନ ଘରୋଇ ଟୁର୍ଣ୍ଣାମେଣ୍ଟରେ ନିଜ ଯାଦୁ ପୂର୍ବଭଳି ଜାରି ରଖିଛନ୍ତି। ଏକ ଚ୍ୟାଟ୍ ଶୋ’ରେ ଡିଭିଲିୟର୍ସଙ୍କୁ କାର୍ଯ୍ୟକ୍ରମ ହୋଷ୍ଟ କରୁଥିବା ଗୌରବ କପୁର ପ୍ରଶ୍ନ କରିଥିଲେ, କ’ଣ ଆପଣଙ୍କୁ ୨୦୨୩ ବିଶ୍ୱକପ୍ରେ ଫ୍ୟାନ୍ ଦେଖିବାକୁ ପାଇବେ କି?
ଡିଭିଲିୟର୍ସ ସ୍ମିତହାସ୍ୟ ଦେଇ କହିଥିଲେ ଯେ “ହଁ ଏହା ସମ୍ଭବ। ମୁଁ ଖେଳିବାକୁ ପ୍ରସ୍ତୁତ। କିନ୍ତୁ ୨୦୨୩ ବେଳକୁ ଯଦି ମହେନ୍ଦ୍ର ସିଂହ ଧୋନି କ୍ରିକେଟ୍ ଖେଳୁଥିବେ, ତା’ହେଲେ ମୁଁ ବିଶ୍ୱକପ୍ ଖେଳିବି। ୨୦୨୩ରେ ମୋତେ ୩୯ ବର୍ଷ ହୋଇଥିବ। ଯଦି ସେତେବେଳେକୁ ମୁଁ ଫିଟ୍ ଥିବି, ତା’ହେଲେ କିଛି ବି ହୋଇପାରେ। ୨୦୧୯ ବିଶ୍ୱକପ୍ ଖେଳିବାକୁ ଇଚ୍ଛା ଥିଲା। ହେଲେ ମୁଁ ଅବସର ନେଇଗଲି। ଗତ ୩ ବର୍ଷ ଧରି ମୋ କ୍ୟାରିୟରକୁ ନେଇ ଚିନ୍ତା କରିବା ପରେ ମୁଁ ଅବସର ଘୋଷଣା କରିଥିଲି। ମୁଁ ଏମିତି ଗୋଟିଏ ମଣିଷ, ଯିଏ ନିଜ ଇଚ୍ଛାରେ ଖେଳିବା ଓ ନ ଖେଳିବା ନିଷ୍ପତ୍ତି ନେଇଥାଏ।”
from Odisha Reporter http://bit.ly/2W6gYC3
No comments:
Post a Comment