ମୋ ସୁରକ୍ଷା କର୍ମୀ ମୋତେ ମାରିଦେବେ: କେଜ୍ରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 18, 2019

ମୋ ସୁରକ୍ଷା କର୍ମୀ ମୋତେ ମାରିଦେବେ: କେଜ୍ରି

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯିବା ପରି ତାଙ୍କୁ ମଧ୍ୟ ହତ୍ୟା କରାଯିବ। ସେ କହିଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି) ତାଙ୍କ ଜୀବନ ପଛରେ ପଡ଼ିଛି ଏବଂ ଦିନେ ନା ଦିନେ ତାଙ୍କୁ ହତ୍ୟା କରାଯିବ। ତାଙ୍କର ବ୍ୟକ୍ତିଗତ ଅଙ୍ଗରକ୍ଷୀ ହିଁ ତାଙ୍କୁ ହତ୍ୟା କରିବେ ବୋଲି ସେ କହିଛନ୍ତି।

କେଜ୍ରିୱାଲ ଏହାର କାରଣ ସ୍ୱରୂପ କହିଛନ୍ତି, ମୋ ଅଙ୍ଗରକ୍ଷୀ ବିଜେପିକୁ ରିପୋର୍ଟ କରନ୍ତି। ଇନ୍ଦିରା ଗାନ୍ଧିଙ୍କୁ ହତ୍ୟା କରାଯିବା ପରି ମୋତେ ମଧ୍ୟ ପିଏସ୍‌ଓଙ୍କ ଜରିଆରେ ହତ୍ୟା କରାଯିବ।

ଚଳିତ ମାସରେ ହିଁ ଦିଲ୍ଲୀର ମୋତିନଗରଠାରେ ଏକ ନିର୍ବାଚନୀ ପ୍ରଚାର ସମୟରେ ଜଣେ ଯୁବକ କେଜ୍ରିୱାଲଙ୍କୁ ଚାପୁଡ଼ା ମାରିଥିଲା। ଜଣେ ଯୁବକ ଲାଲ ରଙ୍ଗର ଟିସାର୍ଟ ପିନ୍ଧି ଆସିଥିଲା ଏବଂ ହଠାତ କେଜ୍ରିୱାଲଙ୍କ ଜିପ୍‌କୁ ଚଢ଼ି ଚାପୁଡ଼ା ମାରିଥିଲା।



from Odisha Reporter http://bit.ly/30rApV7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages