ଦ୍ୱିତୀୟ ସ୍ଥାନକୁ ଉଠିଲା ଦିଲ୍ଲୀ କ୍ୟାପିଟାଲ୍ସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

ଦ୍ୱିତୀୟ ସ୍ଥାନକୁ ଉଠିଲା ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ: ଚଳିତ ଆଇପିଏଲର ରବିବାର ଖେଳାଯାଇଥିବା ୫୩ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୫ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ସ୍ଥାନରେ ରହିଛି।

ଉକ୍ତ ମ୍ୟାଚରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୫ ରନ୍ କରିଥିଲା। ଦଳ ପକ୍ଷରୁ ରିୟାନ୍ ପରାଗ ସର୍ବାଧିକ ୫୦ (୪୯ ବଲ୍, ୪ ଚୌକା, ୨ ଛକା) ରନ୍ କରିଥିବା ବେଳେ ଲିଆମ୍ ଲିଭିଙ୍ଗଷ୍ଟୋନ୍ ୧୪ ଓ ଶ୍ରେୟସ୍ ଗୋପାଳ ୧୨ ରନ୍ କରିଥିଲେ। ତେବେ ଟିମର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ଛୁଇଁପାରି ନଥିଲେ। ଦିଲ୍ଲୀ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଅମିତ୍ ମିଶ୍ର ଓ ଈଶାନ୍ତ ଶର୍ମା ୩ଟି ଲେଖାଏ ୱିକେଟ୍ ହାସଲ କରିଥିବା ବେଳେ ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ନେଇଥିଲେ।

ଜବାବରେ ଦିଲ୍ଲୀ ୧୬.୧ ଓଭରରେ ୫ ୱିକେଟ୍ ହରାଇ ୧୨୧ ରନ୍ କରି ବିଜୟ ହାସଲ କରିଥିଲା। ଟିମ୍ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ଅପରାଜିତ ୫୩ (୩୮ ବଲ୍, ୨ ଚୌକା, ୫ ଛକା) ରନ୍ କରିଥିବା ବେଳେ ଶିଖର ଧୱନ୍ ୧୬, ଅଧିନାୟକ ଶ୍ରେୟସ ୧୫, କଲିନ୍ ଇନଗ୍ରାମ୍ ୧୨ ଓ ଶେରଫେନ୍ ରଦରଫର୍ଡ ୧୧ ରନ୍ କରି ଆଉଟ୍ ହୋଇଥିଲେ। ରାଜସ୍ଥାନ ପକ୍ଷରୁ ଈଶ୍ ସୋଢୀ ୩ଟି ଓ ଗୋପାଳ ୨ଟି ୱିକେଟ୍ ହାସଲ କରିଥିଲେ।



from Odisha Reporter http://bit.ly/2WuCq0A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages