‘ଫୋନି’ : ୪ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 5, 2019

‘ଫୋନି’ : ୪ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୟାବହ ‘ଫୋନି’ ବାତ୍ୟା ପରେ କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନରୁଦ୍ଧାର ଓ ଅନ୍ୟାନ୍ୟ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରିବା ନିମନ୍ତେ ୪ଜଣ ବରିଷ୍ଠ ଆଇଏଏସଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁଖ୍ୟସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ‘ଫୋନି’ ବାତ୍ୟା ପରବର୍ତ୍ତୀ ରିିଲିଫ,ପୁନରୁଦ୍ଧାର ଓ ଗୃହ ନିର୍ମାଣ କାର୍ଯ୍ୟର ଦାୟିତ୍ୱ ଦେଇଥିବାବେଳେ ଉନ୍ନୟନ କମିଶନର ଅସିତ୍ କୁମାର ତ୍ରିପାଠୀଙ୍କୁ ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରିବା କାର୍ଯ୍ୟର ତଦାରଖ ଦାୟିତ୍ୱ ଦେଇଛନ୍ତି। ସେହିପରି କୃଷି ସଚିବ ସୌରଭ ଗର୍ଗ ‘ଫୋନି’ ପାଇଁ ଆନ୍ତର୍ଜାତିକସ୍ତରରେ ସମନ୍ୱୟ ରକ୍ଷା କାର୍ଯ୍ୟ କରିବେ। ସୂଚନା ଓ ଲୋକସମ୍ପର୍କ ସଚିବ ସଞ୍ଜୟ ସିଂହଙ୍କୁ ରିଲିଫ ସାମଗ୍ରୀ ପରିବହନ ଓ ମିଡିଆ ମ୍ୟାନେଜମେଣ୍ଟ ଦାୟିତ୍ୱ ନ୍ୟସ୍ତ ହୋଇଛି।



from Odisha Reporter http://bit.ly/2WnwA0I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages