
ଭୋପାଲ: ମଧ୍ୟପ୍ରଦେଶ ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର୍ କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହଙ୍କ ନାଁ ନନେଇ କଡ଼ା ଆକ୍ଷେପ କରିଛନ୍ତି। ସେ କହିଛନ୍ତି ସାଧୁ ଓ ସୈଇତାନଙ୍କୁ ଲୋକେ ଭଲ ଭାବରେ ଜାଣିଛନ୍ତି। ଭୋପାଲରେ ମୋଟର ସାଇକେଲ ରାଲି କରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କ ବିରୋଧରେ ସାଧ୍ୱୀ ପ୍ରଜ୍ଞା ଏହି ମନ୍ତବ୍ୟ ଦେଇଛନ୍ତି। ଯେଉଁମାନେ ତାଙ୍କ ବିରୋଧରେ ଅନେକ କଥା କହି ସମାଲୋଚନା କରୁଛନ୍ତି ସେମାନେ ଫେକ୍(ନକଲି) ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୦୮ ମାଲେଗାଁଓ ବିସ୍ଫୋରଣ ଘଟଣାରେ ଅଭିଯୁକ୍ତ ଭାବେ ସାଧ୍ୱୀ ପ୍ରଜ୍ଞା ସିଂହଙ୍କୁ ଗିରଫ କରାଯାଇଥିଲା। ଏହି ସମୟରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ଥିଲା। ଏହାପରେ ସାଧ୍ୱୀ ପ୍ରଜ୍ଞାଙ୍କୁ ‘ହିନ୍ଦୁ ଆତଙ୍କବାଦୀ’ ବୋଲି କଂଗ୍ରେସ କହିଥିଲା। ଯାହାକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ବିବାଦ ତେଜିଥିଲା।
କଂଗ୍ରେସ ସରକାର ଜାଣିଶୁଣି ବଦନାମ କରିବା ଉଦ୍ଦେଶ୍ୟରେ ସାଧ୍ୱୀଙ୍କୁ ‘ହିନ୍ଦୁ ଆତଙ୍କବାଦୀ’ ବୋଲି ଚିତ୍ରତ କରିଥିଲା ବୋଲି ବିଜେପି ବିଭିନ୍ନ ସମୟରେ କହି ଆସୁଛି। ମାମଲା ଏବେ କୋର୍ଟରେ ଥିବା ବେଳେ ଜାମିନରେ ଅଛନ୍ତି ସାଧ୍ୱୀ। ସେ ଦୋଷୀ ବୋଲି ପ୍ରମାଣିତ ହୋଇ ନାହାଁନ୍ତି। ଆଗାମୀ ଦିନରେ ଭୋପାଲ ବାସୀ ସାଧ୍ୱୀଙ୍କୁ ‘ହିନ୍ଦୁ ଆତଙ୍କବାଦୀ’ ବୋଲି ଚିତ୍ରିତ କରିବା ପଛର ମିଡିଲ୍ ମ୍ୟାନ (ଦିଗବିଜୟ ସିଂହ)ଙ୍କୁ ଉଚିତ ଜବାବ ଦେବେ ବୋଲି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଦୁଇ ଦିନ ତଳେ ଗଣମାଧ୍ୟମକୁ କହିଥିଲେ।
ମଧ୍ୟପ୍ରଦେଶରେ ୨୯ଟି ଲୋକସଭା ଆସନରୁ ୧୩ଟି ଆସନ ପାଇଁ ପାଞ୍ଚଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇଛି। ବାକି ୧୬ଟି ଆସନ ପାଇଁ ମେ ୧୨ ଏବଂ ମୋ ୧୯ ତାରିଖରେ ମତଦାନ ହେବ।
from Odisha Reporter http://bit.ly/2H7Cehc
No comments:
Post a Comment