ସ୍ୱାଭାବିକ ହେଉଛି ରେଳ ଚଳାଚଳ: ଆଜି କେଉଁ କେଉଁ ଟ୍ରେନ୍‌ ଗଡ଼ିଲା ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 9, 2019

ସ୍ୱାଭାବିକ ହେଉଛି ରେଳ ଚଳାଚଳ: ଆଜି କେଉଁ କେଉଁ ଟ୍ରେନ୍‌ ଗଡ଼ିଲା ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାତ୍ୟା ପରେ ରାଜ୍ୟରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ରେଳ ଚଳାଚଳ। ଭୁବନେଶ୍ୱର, ପୁରୀ ଏବଂ ବ୍ରହ୍ମପୁର ଷ୍ଟେସନରୁ ବାତିଲ ହୋଇଥିବା ୧୨ଟି ପାସେଞ୍ଜର ଓ ମେମୁ ଟ୍ରେନ୍‌ ଆଜିଠୁ ସ୍ୱାଭାବିକ ଯାତାୟତ କରିଛି।

ଖଡ଼ଗପୁର-ଯାଜପୁର-କେଉଁଝର ପାସେଞ୍ଜର, ଖଡଗପୁର-ଭଦ୍ରକ ପାସେଞ୍ଜର,ବାଲେଶ୍ୱର-ଭଦ୍ରକ, ହାୱଡା-ଭଦ୍ରକ, କଟକ-ପଲାସା ଏବଂ ପଲାସା-ବିଶାଖାପଟନମ୍ ପାସେଞ୍ଜର ଟ୍ରେନ୍ ଆଜିଠୁ ଚଳାଚଳ ଆରମ୍ଭ କରିଛି।

ସେହିପରି ଭଦ୍ରକ-ଭୁବନେଶ୍ୱର, କଟକ-ଇଚ୍ଛାପୁରମ୍, ଅନୁଗୁଳ-ପୁରୀ, ଭୁବନେଶ୍ୱର-ବ୍ରହ୍ମପୁର, ଭୁବନେଶ୍ୱର-ପଲାସା ମେମୁ ଆଜିଠାରୁ ସ୍ୱାଭାବିକ ଭାବେ ଯାତ୍ରା କରିଛି। ସେହିପରି ଗତକାଲି ପୁରୀରୁ  ପୁରୁଷୋତ୍ତମ, ଧଉଳି ଏବଂ ଦୁର୍ଗ ଏକ୍ସପ୍ରେସ୍ ଛାଡ଼ିଥିଲା। ବାତ୍ୟା ଫୋନି ପରେ ପୂର୍ବତଟ ରେଲୱେ ପକ୍ଷରୁ କିଛି ଟ୍ରେନ୍‌କୁ ବାତିଲ କରାଯାଇଛି।



from Odisha Reporter http://bit.ly/2vP7Gvw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages