
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ସାରା ଦେଶରେ ଭୋଟ୍ ଗଣତି ଚାଲିଛି। ତେବେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଗଣତି ହେଉଛି। ୬୩ଟି ଭୋଟ୍ ଗଣତି କେନ୍ଦ୍ରରେ ଏକ ସମୟରେ ଚାଲିଛି ଗଣତି।
ଓଡ଼ିଶାରେ ୧୪୬ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ଶେଷ ଖବର ସୁଦ୍ଧା ୧୨୦ଟି ଆସନର ଗଣତି ଫଳାଫଳ ଆସୁଛି। ଏହି ଆସନ ଗୁଡ଼ିକରେ ଏବେବି ଗଣତି ଚାଲିଥିବା ବେଳେ ୮୬ଟି ଆସନରେ ବିଜେଡି ଆଗରେ ରହିଥିବା ବେଳେ ୨୨ଟି ଆସନରେ ବିଜେପି ଆଗରେ ରହିଛି। କଂଗ୍ରେସ ମାତ୍ର ୧୧ଟି ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗରେ ଅଛନ୍ତି।
ବୀରମହାରାଜପୁରରେ ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଳା ଆଗୁଆ ଅଛନ୍ତି। ବୌଦ୍ଧ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ସୁଶାନ୍ତ ପ୍ରଧାନ ଆଗୁଆ ଥିବା ବେଳେ ପ୍ରଦୀପ ଅମାତ ପଛୁଆ ଅଛନ୍ତି। ବଲାଙ୍ଗିର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ଆଗୁଆ ଅଛନ୍ତି। ଧର୍ମଶାଳା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବଳବନ୍ତରାୟ ଆଗୁଆ ରହିଛନ୍ତି। ଅନୁଗୋଳ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରଜନୀକାନ୍ତ ସିଂହ ଆଗୁଆ ଅଛନ୍ତି। ଆଠଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଗୁଆ ଅଛନ୍ତି। ବଡ଼ଚଣା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଅମର ନାୟକ ଆଗୁଆ ଅଛନ୍ତି। ବାରିପଦା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ପ୍ରକାଶ ସୋରେନ୍ ଆଗୁଆ ଅଛନ୍ତି। ଭଞ୍ଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖ ଆଗୁଆ ଅଛନ୍ତି। ଭଟଲୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁଶାନ୍ତ ସିଂହ ଆଗୁଆ ଅଛନ୍ତି। ଭୋଗରାଇ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଅନନ୍ତ ଦାସ ଆଗୁଆ। ବିଜେପୁର ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ।
ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କିଶୋର ମହାନ୍ତି ଆଗୁଆ। ଚାନ୍ଦବାଲି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ମନମୋହନ ସାମଲ ଆଗୁଆ। କଟକ ସଦର ବିଧାନସଭା ଆସରେ ବିଜେଡି ପ୍ରାର୍ଥୀ ଚନ୍ଦ୍ର ସାରଥୀ ବେହେରା ଆଗୁଆ ଅଛନ୍ତି। ଝାରସୁଗୁଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ନବ ଦାସ ଆଗୁଆ ଅଛନ୍ତି। ଘଷିପୁରା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ଆଗୁଆ। ଯାଜପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଆଗୁଆ। ଜଟଣୀ ବିଧାନସଭା ଆସନରେ ବିଭୂତି ବଳବନ୍ତରାୟ ଆଗୁଆ। ଜୟଦେବ ବିଧାନସଭା ଆସନରେ ଅବରବିନ୍ଦ ଢ଼ାଲି ଆଗୁଆ। କଣ୍ଟାବାଞ୍ଜି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ଆଗୁଆ। ଖଣ୍ଡପଡ଼ା ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ।
ରେଢାଖୋଲ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ଆଗୁଆ। ସମ୍ୱଲପୁର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ରାସେଶ୍ୱରୀ ପାଣିଗ୍ରାହୀ ଆଗୁଆ। ଟିଟିଲାଗଡ଼ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ଟୁକୁନି ସାହୁ ଆଗୁଆ। ତାଳଚେର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ବ୍ରଜ ପ୍ରଧାନ ଆଗୁଆ। ସୁନ୍ଦରଗଡ଼ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ କୁସୁମ ଟେଟେ ଆଗୁଆ। ସାଲେପୁର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ପ୍ରଶାସନ୍ତ ବେହେରା ଆଗୁଆ। ରାଜଗାଙ୍ଗପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ସିଏସ୍ ରାଜନ୍ ଆଗୁଆ। ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ମହେଶ୍ୱର ମହାନ୍ତି ଆଗୁଆ।
from Odisha Reporter http://bit.ly/2MeALv4
No comments:
Post a Comment