
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ‘ଦେଶଭକ୍ତ’ କହି ଅଡ଼ୁଆରେ ତିନି ବିଜେପି ନେତା। ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ମତଦାନ ପୂର୍ବରୁ ଦଳୀୟ ନେତାଙ୍କ ଦ୍ୱାରା ଦିଆଯାଇଥିବା ଏପରି ମନ୍ତବ୍ୟକୁ ନାପସନ୍ଦ କରିଛି ବିଜେପି। ୧୦ ଦିନ ମଧ୍ୟରେ ୩ ବିଜେପି ନେତାଙ୍କୁ ନିଜ ମନ୍ତବ୍ୟର ଜବାବ ରଖିବା ପାଇଁ ବିଜେପି ସଭାପତି ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ଦଳର ଶୃଙ୍ଖଳା କମିଟି କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପ୍ପତି ନେବ ବୋଲି ଜଣାପଡ଼ିଛି।
ତାମିଲନାଡୁରେ ଅଭିନେତା ତଥା ମକ୍କଲ ନିଧି ମଇୟମ୍ (ଏମଏନଏମ)ର ପ୍ରତିଷ୍ଠାତା କମଲ ହାସନ କହିଥିଲେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରମ ଗଡସେ ସ୍ୱାଧୀନ ଭାରତର ‘ପ୍ରଥମ ହିନ୍ଦୁ ଆତଙ୍କବାଦୀ’। ଆତଙ୍କବାଦୀ ସହିତ ଧର୍ମ ଯୋଡ଼ିବାକୁ ନେଇ କମଲ ହାସନଙ୍କ ଏପରି ମନ୍ତବ୍ୟକୁ ବିଜେପି ଓ ଅନ୍ୟାନ୍ୟ ସଂଗଠନ ବିରୋଧ କରିଥିଲେ।
ତେବେ କମଲ ହାସନଙ୍କୁ ଜବାବ ଦେବାକୁ ଯାଇ ଭୋପାଲ ଲୋକସଭା ଆସନର ବିଜେପି ପ୍ରାର୍ଥୀ କହିଥିଲେ ନାଥୁରାମ ଜଣେ ‘ଦେଶଭକ୍ତ’। ଏହାପରେ କର୍ଣ୍ଣାଟକର ବିଜେପି ସାଂସଦ ନଳିନୀ କୁମାର କଟିଲ ଟ୍ୱିଟ୍ କରି ଗୋଡସେକୁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧିଙ୍କ ସହ ତୁଳନା କରିଥିଲେ। ନିଜ ଟ୍ୱିଟରରେ ସେ ଉଲ୍ଲେଖ କରିଥିଲେ ଯେ ‘ଗଡସେ ଜଣଙ୍କୁ, କଶବ ୭୨, ରାଜୀବ ଗାନ୍ଧି ୧୭, ୦୦୦’ଙ୍କୁ ହତ୍ୟା କରିଛନ୍ତି। ତେବେ କିଏ ନିଷ୍ଠୁର ବୋଲି ଟ୍ୱିଟ୍ କରି ପ୍ରଶ୍ନ କରିଥିଲେ । ଚଳିତ ଥର ବିଜେପିର ଏହି ସାଂସଦ କର୍ଣ୍ଣାଟକର ଦକ୍ଷିଣ କନ୍ନଡରୁ ନିର୍ବାଚନ ଲଢିଛନ୍ତି।
ସେହିପରି କର୍ଣ୍ଣାଟକର ଅନ୍ୟ ଜଣେ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର ହେଗଡେ ଟ୍ୱିଟ୍ କରି କହିଥିଲେ ୭ ଦଶନ୍ଧି ପରେ ଗଡସେଙ୍କୁ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି। ଚଳିତ ଥର ଉତ୍ତର କନ୍ନଡରୁ ପ୍ରାର୍ଥୀ ହୋଇଛନ୍ତି ହେଗଡେ।
ଏବେ କିନ୍ତୁ କର୍ଣାଟକର ଏହି ଦୁଇ ସାଂସଦଙ୍କ ଦ୍ୱାରା ଗଡସେକୁ ନେଇ କରିଥିବା ଟ୍ୱିଟ୍ ଡିଲିଟ୍ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ଟ୍ୱିଟ୍ କରିବାର କିଛି ସମୟ ପରେ ହେଗଡେ ଆଉ ଏକ ଟ୍ୱିଟ୍ କରି କହିଥିଲେ ତାଙ୍କ ଟ୍ୱିଟର ଆକାଉଣ୍ଟ ସପ୍ତାହକ ମଧ୍ୟରେ ୨ ଥର ହ୍ୟାକ ହୋଇଛି। ଏଭଳି ପୋଷ୍ଟ ମୋ ଆକାଉଣ୍ଟରୁ ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।
Barely an hour after tweeting that #NathuramGodse would have appreciated the renewed debate surrounding him, #BJP minister #AnantKumarHegde claimed his account had been hacked and deleted his tweets. Follow LIVE: https://t.co/Ds6nNzGJ9t pic.twitter.com/7qC2FNpUes
— Firstpost (@firstpost) May 17, 2019
BJP President Amit Shah: The disciplinary committee will seek explanation from all the three leaders and will submit the report to the party within 10 days https://t.co/oQ8FyQsgSq
— ANI (@ANI) May 17, 2019
ବିଜେପି ସଭାପତି ଅମିତ ଶାହ ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି 3 ବିଜେପି ନେତା ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗି ସାରିଛନ୍ତି। ତାଙ୍କ ଦ୍ୱାରା ଦିଆଯାଇଥିବା ଜବାବ ବାବଦରେ ଶୃଙ୍ଖଳା କମିଟି ନିଷ୍ପତ୍ତି ନେବ ବୋଲି ଅମିତ ଶାହ କହିଛନ୍ତି।
from Odisha Reporter http://bit.ly/2VK27hg
No comments:
Post a Comment