ହଟ୍‌ ଆଣ୍ଡ୍‌ ସ୍ପାଇସି ଫିସ୍‌ ଏଗ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 17, 2019

 ହଟ୍‌ ଆଣ୍ଡ୍‌ ସ୍ପାଇସି ଫିସ୍‌ ଏଗ୍‌

ଆବଶ୍ୟକ ସାମଗ୍ରୀ: ମାଛ ବିହନ, ଅଣ୍ଡା, କର୍ଣ୍ଣଫ୍ଲୋର୍‌, ପିଆଜ କଟା, ଧନିଆ ପତ୍ର, କ୍ୟାପ୍‌ସିକମ୍‌ କଟା, କଟା ଟମାଟୋ, କଟା ଚୁନି ପିଆଜ, ଜିରା ଗୁଣ୍ଡ, ଅଦା ରସୁଣ ଛେଚା, ଲୁଣ, କଞ୍ଚା ଲଙ୍କା, ସିଝା ଆଳୁ, ଜୁଆଣି

 ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଏକ ପାତ୍ରରେ ପାଣିନେଇ ଚୁଲିରେ ବସାନ୍ତୁ। ପାଣି ଫୁଟିଯିବା ପରେ ବିହନକୁ ଧୋଇଦେଇ ସେଥିରେ ଲୁଣ ହଳଦି ଗୋଳାଇ ଦିଅନ୍ତୁ। ଏହାପରେ ତାକୁ ଏକ କପଡ଼ାରେ ବାନ୍ଧି ସିଝାଇବାକୁ ସେହି ପାଣିରେ ରଖି ଦିଅନ୍ତୁ। ବିହନ ସିଝିଗଲା ପରେ ତାକୁ ଏକ ପାତ୍ରରେ କାଢ଼ି ରଖନ୍ତୁ।

ତାପରେ ଏକ ପାତ୍ରରେ ଆଳୁ ଆଣି ଚୁନି ପିଆଜ, ଅଦା ରସୁଣ ଛେଚା, ଜିରା ପାଉଡ଼ର, କଟା କଞ୍ଚା ଲଙ୍କା, ଲୁଣ ଓ ଧନିଆ ପତ୍ର ପକାଇ ଚକଟନ୍ତୁ। ତାପରେ କର୍ଣ୍ଣଫ୍ଲୋରରେ ଅଣ୍ଡା ପକାଇ ଗୋଳାଇ ରଖନ୍ତୁ। ଏହାପରେ ବିହନକୁ ଛୋଟ ଛୋଟ ପିସ୍‌ କରି କାଟି ଦେଇ ଏକ ପାତ୍ରରେ ରଖନ୍ତୁ।

ହାତରେ ତେଲ ଦେଇ ସେ ଆଳୁ ଚକଟାକୁ ଗୋଲା କରି ତା ଭିତରେ ସେହି ବିହନ ପୂର ପରି ଦେଇ ରଖନ୍ତୁ। ତା ପରେ ଏକ କଡ଼େଇରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେହି ଆଳୁ ବେସନ୍‌ ଚପ୍‌କୁ ଅଣ୍ଡା ଓ କର୍ଣ୍ଣଫ୍ଲୋର ଗୋଳାରେ ବୁଡ଼ାଇ ଛାଣନ୍ତୁ। ଏହା ବାଦାମୀ ରଙ୍ଗ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।

ତାପରେ ପୁଣି କଡେଇରେ ତେଲ ଦେଇ ସେଥିରେ ଫାଳ ଫାଳ ହୋଇ କଟା ହୋଇଥିବା ପିଆଜ କଟା ପକାନ୍ତୁ ଭାଜନ୍ତୁ। ଭାଜି ହୋଇଗଲା ପରେ ସେହି ଛଣା ହୋଇ ରଖା ହୋଇଥିବା ଚପ୍‌କୁ ପକାନ୍ତୁ। ଏହାପରେ ସେଥିରେ ଟମାଟୋ, ଚିଲି ଓ ସୋୟା ସସ୍‌, ଧନିଆ ପତ୍ର ପକାଇ ଭଲ ଭାବେ ଗୋଳେଇ ଦିଇନ୍ତୁ। ଏହାପରେ ଚୁଲିରୁ କଡ଼େଇ ଓହ୍ଲାଇଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ହଟ୍‌ ଆଣ୍ଡ୍‌ ସ୍ପାଇସି ଫିସ୍‌ ଏଗ୍‌।



from Odisha Reporter http://bit.ly/30oWofn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages