
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟ): ସାମୁଦ୍ରିକ ଫୋନିକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଫୋନି ପ୍ରଭାବରେ ୧୭୦ରୁ ୧୮୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏଥିଯୋଗୁ ବିଜୁଳି ଖୁଣ୍ଟ ଉପୁଡ଼ିବା ଏବଂ ତା’ର ଛିଡ଼ିବାର ସମ୍ଭାବନା ରହିଛି। ତେଣୁ ବିପଦ ଆଶଙ୍କାରେ ପବନର ବେଗ ୫୦ ଛୁଇଁବା କ୍ଷଣି ଶକ୍ତି ବିଭାଗ ପକ୍ଷରୁ ସଂପୃକ୍ତ ଅଞ୍ଚଳରେ ବିଜୁଳି ସଂଯୋଗ ବିଚ୍ଛିନ୍ନ କରାଯିବ।
ଆଜି ଶକ୍ତି ବିଭାଗ ପକ୍ଷରୁ ଏନେଇ ସମୀକ୍ଷା ହୋଇଥିଲା। ଏହାପରେ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି,“ ଫୋନି ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହେବାର ଆଶଙ୍କା ରହିଛି। ତେଣୁ ଶକ୍ତି ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଫୋନି ପ୍ରଭାବରେ ଯେଉଁ ଅଞ୍ଚଳରେ ପବନ ବେଗ ଘଣ୍ଟାପ୍ରତି ୫୦ କିମି ଛୁଇଁବ, ତୁରନ୍ତ ସେହି ଅଞ୍ଚଳରେ ଲାଇନ୍ କାଟି ଦିଆଯିବ। ବାତ୍ୟା ପରେ ବିଜୁଳି ଖୁଣ୍ଟ ଏବଂ ତାରକୁ ତନ୍ନତନ୍ନ କରି ଯାଞ୍ଚ କରିବା ପରେ ଯାଇ ବିଜୁଳି ସଂଯୋଗ କରାଯିବ।”
ବିଦ୍ୟୁତ ଯୋଗାଣ ବନ୍ଦ ହେବା ସହିତ ମୋବାଇଲ ଓ ଇଣ୍ଟରନେଟ ସେବା ମଧ୍ୟ ଠପ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
from Odisha Reporter http://bit.ly/2Jb2728
No comments:
Post a Comment