ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲଗାତର ପଞ୍ଚମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ଆଜି ଦିନ ସାଢ଼େ ୧୦ଟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବ ଶପଥ ଗ୍ରହଣ ଉତ୍ସବ। ଏଥିପାଇଁ ପ୍ରଦର୍ଶନୀ ପଡିଆରେ ଭବ୍ୟ ଆୟୋଜନ କରାଯାଇଛି। ଶପଥ ଗ୍ରହଣ ସ୍ଥାନ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବା ସହ ଅତିଥିମାନଙ୍କ ପ୍ରବେଶ ପାଇଁ ୫ଟି ପ୍ରବେଶ ପଥ ନିର୍ଦ୍ଧାରଣ କରାଯାଇଛି। VVIP,ନିମନ୍ତ୍ରିତ ଅତିଥି ଏବଂ MP, MLAଙ୍କ ପାଇଁ ସ୍ୱତନ୍ତ୍ର ପ୍ରବେଶପଥ କରାଯାଇଛି। ୭ ହଜାର ଆମନ୍ତ୍ରିତ ଅତିଥି ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ଟ୍ରାଫିକ ଓ କ୍ରାଉଡ୍ କଣ୍ଟ୍ରୋଲକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ମଞ୍ଚର ୧୦୦ ଫୁଟ ଯାଏ CCTV କଭରେଜ୍ ବ୍ୟବସ୍ଥା ହୋଇଛି। ଏଥିପାଇଁ ୩୦ରୁ ଅଧିକ ସିସିଟିଭି ସହ କଣ୍ଟ୍ରୋଲ ରୁମ ଗଠନ କରାଯିବ।
ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨୧ ଜଣଙ୍କ ତାଲିକା ଗତ ରାତିରୁ ପ୍ରକାଶ ପାଇସାରିଛି। ରାଜଭବନ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ ଆଜି ୧୧ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ୯ ଜଣ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ଭାବେ ମଧ୍ୟ ଶପଥ ଗ୍ରହଣ କରିବେ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟତୀତ କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ଅଛନ୍ତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ କୁମାର ମଲ୍ଲିକ, ନିରଞ୍ଜନ ପୁଜାରୀ, ପଦ୍ମନାଭ ବେହେରା। ସେହିଭଳି ପ୍ରତାପ ଜେନା, ଅରୁଣ କୁମାର ସାହୁ, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂ, ନବକିଶୋର ଦାଶ ଓ ଟୁକୁନି ସାହୁଙ୍କ ନାଁ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ତାଲିକାରେ ସାମିଲ ହୋଇଛି।
ରାଷ୍ଟ୍ରପାହ୍ୟା ମନ୍ତ୍ରୀ ତାଲିକାରେ ରହିଛନ୍ତି ଅଶୋକ ଚନ୍ଦ୍ର ପଣ୍ଡା, ସମୀର ରଞ୍ଜନ ଦାଶ, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଦିବ୍ୟ ଶଙ୍କର ମିଶ୍ର ଓ ପ୍ରେମାନନ୍ଦ ନାୟକ । ସେହିଭଳି ରଘୁନନ୍ଦନ ଦାସ, ପଦ୍ମିନୀ ଦିଆନ, ତୁଷାରକାନ୍ତି ବେହେରା ଓ ଜଗନ୍ନାଥ ସାରକାଙ୍କ ନାଁ ମଧ୍ୟ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ତାଲିକାରେ ରହିଛି।
from Odisha Reporter http://bit.ly/2EE1taC
No comments:
Post a Comment