ଆଣ୍ଠୁ ଗଣ୍ଠି ବିନ୍ଧାରୁ ମୁକ୍ତି ଚାହୁଁଛନ୍ତି? ଆପଣାଇ ଦେଖନ୍ତୁ ଏହି ଘରୋଇ ଉପାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ଆଣ୍ଠୁ ଗଣ୍ଠି ବିନ୍ଧାରୁ ମୁକ୍ତି ଚାହୁଁଛନ୍ତି? ଆପଣାଇ ଦେଖନ୍ତୁ ଏହି ଘରୋଇ ଉପାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି ଆଣ୍ଠୁ ଏବଂ ଅଣ୍ଟା ବିନ୍ଧିବା ଏକ ସାଧାରଣ କଥା। ଅନେକ ଲୋକ ଏହି ସମସ୍ୟାରେ ପୀଡ଼ିତ ଅଛନ୍ତି।  ହେଲେ ଅଧିକାଂଶ ଲୋକ ଏହାକୁ ଖାମଖିଆଲି ଭାବେ ନେଇଥାନ୍ତି।  ଆଜି ଆପଣଙ୍କୁ ଏହି ସମସ୍ୟାରୁ ମୁକ୍ତି ପାଇବାକୁ କିଛି ଘରୋଇ ଉପଚାର କହିବୁ, ଯାହାକୁ ବ୍ୟବହାର କରି ଆପଣ ଏହି ସମସ୍ୟାରୁ ଆରାମ ପାଇ ପାରିବେ।

ଥଣ୍ଡା ପାଣି

ଥଣ୍ଡା ପାଣିର ପଟି ନେଇ ଆଣ୍ଠୁ ଏବଂ ଅଣ୍ଟାରେ ସେକିଲା ଭଳି କରନ୍ତୁ। ଏହା କଲେ କେବଳ ବିନ୍ଧା କମିବ ନାହିଁ ଦରଜ ଥିଲେ ମଧ୍ୟ ଏହା ତାକୁ ଦୂର କରିବ।
ଥଣ୍ଡା ପାଣି ପଟି ବଦଳରେ ଆପଣ ବରଫ ମଧ୍ୟ ବ୍ୟବହାର କରିପାରିବେ। ଏକ କପଡ଼ାରେ ବରଫକୁ ବାନ୍ଧି ବିନ୍ଧୁଥିବା ଗଣ୍ଠି ବା ଅଣ୍ଟାରେ ରଖନ୍ତୁ। ଏହା ଆପଣଙ୍କୁ ଆରାମ ଦେବ ନିଶ୍ଚୟ।

ଆପଲ୍‌ ସାଇଡର୍‌ ଭିନେଗାର

ଆପଣ ଏହି ଆପଲ୍‌ ସାଇଡର୍‌ ଭିନେଗାରକୁ ନେଇ ମଧ୍ୟ ଆଣ୍ଠୁ ଗଣ୍ଠି ବିନ୍ଧା ସମସ୍ୟାରୁ ଆରାମ ପାଇ ପାରିବେ। ଆପଣ ପ୍ରତିଦିନ ଏହାକୁ ଏକ କପ୍‌ ପାଣିରେ ମିଶାଇ ପିଇ ପାରିବେ। ଏହାକୁ ଅନ୍ୟ ଏକ ଉପାୟରେ ମଧ୍ୟ ବ୍ୟବହାର କରିପାରିବେ। ଆପଣ ଆପଲ୍‌ ସାଇଡର୍‌ ଭିନେଗାର ନେଇ ନଡ଼ିଆ ତେଲରେ ମିଶାଇ ବିନ୍ଧୁଥିବା ଜାଗାରେ ମାଲିସ୍‌ କରନ୍ତୁ। ଏହା ମଧ୍ୟ ଆପଣଙ୍କୁ ଆରାମ ଦେବ।

ଅଦା

ଅଣ୍ଟା ପିଠି ବିନ୍ଧିବା ସମସ୍ୟାରେ ଅଦା ମଧ୍ୟ ବହୁତ ଲାଭ ଦେଇଥାଏ। ଅଦାରେ ଏକ ପ୍ରକାର ଔଷଧିୟ ଗୁଣ ରହିଥାଏ । ଯାହା ଦରଜ ବା ବିନ୍ଧା ହେଉଥିଲେ ଶୀଘ୍ର ମୁକ୍ତି ଦିଏ।

ଏଥିପାଇଁ ଆପଣ ଏକ ଚାମଚ ଅଦା ରସ ସହ ମହୁ ମିଶାଇ ପିଅନ୍ତୁ। ଏହା ସହ ଆପଣ ଅଦା ତେଲ ମଧ୍ୟ ଅଣ୍ଟାରେ ମାଲିସ୍‌ କରିପାରିବେ।



from Odisha Reporter http://bit.ly/2XdV4dh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages