ଡିପ୍ଲୋମା ପରୀକ୍ଷା ସ୍ଥଗିତ, ୨୦ରୁ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 8, 2019

ଡିପ୍ଲୋମା ପରୀକ୍ଷା ସ୍ଥଗିତ, ୨୦ରୁ ହେବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ବୈଷୟିକ ଶିକ୍ଷା ଓ ଧନ୍ଦାମୂଳକ ପ୍ରଶିକ୍ଷଣ ପରିଷଦ(ଏସସିଟିଇଆଣ୍ଡଭିଟି) ପକ୍ଷରୁ ଆୟୋଜିତ ସମସ୍ତ ପ୍ରକାରର ଡିପ୍ଲୋମା ପରୀକ୍ଷାକୁ ରାଜ୍ୟ ସରକାର ସ୍ଥଗିତ ରଖିଛନ୍ତି। ‘ଫୋନି’ ବାତ୍ୟା ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି ଓ ମେ’ ୨୦ତାରିଖରୁ ଏସବୁ ପରୀକ୍ଷା ହେବ ବୋଲି ଆଜି ଏସସିଟିଇଆଣ୍ଡଭିଟି ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରୁ ଜଣାପଡ଼ିଛି। ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ଖୁବଶୀଘ୍ର ପ୍ରକାଶ ପାଇବ। ସୂଚନାଯୋଗ୍ୟ, ବିଭିନ୍ନ ସେମିଷ୍ଟାରର ଡିପ୍ଲୋମା ପରୀକ୍ଷା ଚଳିତ ମାସରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ଥିଲା। ଫୋନି ବାତ୍ୟାକୁ ଦୃଷ୍ଟିରେ ରଖି ପରୀକ୍ଷା ନିୟନ୍ତ୍ରକ ମେ’ ୨,୩ ଓ ୪ତାରିଖରେ ହେବାକୁ ଥିବା ପରୀକ୍ଷାକୁ ସ୍ଥଗିତ ରଖିଥିଲେ।



from Odisha Reporter http://bit.ly/2H6W2RN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages