
ନୂଆଦିଲ୍ଲୀ: ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସରେ କିଏ କେଉଁ ମନ୍ତ୍ରୀ ହେବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହୁନଥିବାରୁ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଅର୍ଥମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଗତ କାମଚଳା ବଜେଟ ସେ ହିଁ ସଂସଦରେ ଉପସ୍ଥାପନ କରିଥିଲେ।
ପୀୟୁଷ ଗୋଏଲ ଚାଟାର୍ଡ ଆକାଉଣ୍ଟିଙ୍ଗରେ ଟପ୍ପର ରହିବା ସହିତ ଅର୍ଥନୀତି ଉପରେ ତାଙ୍କର ଗଭୀର ଜ୍ଞାନ ରହିଛି। ଦେଶରେ ଆର୍ଥିକନୀତିକୁ ନେଇ ବିରୋଧୀ ସମାଲୋଚନା କରୁଥିବାରୁ ପୀୟୁଷ ଗୋଏଲ ହିଁ ସରକାରଙ୍କୁ ଉଚିତ୍ ରାସ୍ତା ଦେଖାଇ ପାରିବେ ବୋଲି ସରକାର ଚିନ୍ତା କରୁଥିବା ଜଣାପଡ଼ିଛି।
ସେହିପରି ରାହୁଲ ଗାନ୍ଧିଙ୍କୁ ଆମେଠି ଆସନରୁ ହରାଇଥିବା ସ୍ମୃତି ଇରାନୀ ଏକ ବଡ଼ ବିଭାଗରେ ମନ୍ତ୍ରୀ ପଦ ପାଇ ପାରନ୍ତି ବୋଲି କୁହାଯାଉଛି।
ସେହିପରି ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଚଳିତଥର ଟେଲିକମ ମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଏହି ମନ୍ତ୍ରଣାଳୟର ଦାୟିତ୍ୱ ରବି ଶଙ୍କର ପ୍ରସାଦଙ୍କ ପାଖରେ ଥିଲା। ଏହା ପରେ ମନୋଜ ସିହ୍ନା ଟେଲିକମ ମନ୍ତ୍ରୀ ଦାୟିତ୍ୱରେ ଥିଲେ। ଚଳିତଥର ସିହ୍ନା ଲୋକସଭା ନିର୍ବାଚନରେ ପରାଜିତ ହୋଇଛନ୍ତି।
from Odisha Reporter http://bit.ly/2HOy7XE
No comments:
Post a Comment