୪୩ ଡିଗ୍ରୀ ଉପରେ ୫ ସହର, ଟିଟିଲାଗଡ଼ରେ ୪୪.୨ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 24, 2019

୪୩ ଡିଗ୍ରୀ ଉପରେ ୫ ସହର, ଟିଟିଲାଗଡ଼ରେ ୪୪.୨

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟର ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି। ୪୪.୨ ଡିଗ୍ରୀ ସହ ଟିଟିଲାଗଡ଼ ପୁଣିଥରେ ସର୍ବାଧିକ ଉତ୍ତପ୍ତ ସହର ହୋଇଛି।

ଆଜି ସମ୍ବଲପୁରରେ ତାପମାତ୍ରା ୪୩.୯ ଡିଗ୍ରୀ, ହୀରାକୁଦରେ ୪୩.୮ ଡିଗ୍ରୀ, ତାଳଚେରରେ ୪୩.୭ ଡିଗ୍ରୀ, ଝାରସୁଗୁଡ଼ାରେ ୪୩.୫ ଡିଗ୍ରୀ, ସୋନପୁରରେ ୪୩.୨ ଡିଗ୍ରୀ ସେଲସିଅସ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିରରେ ତାପମାତ୍ରା ୪୨.୭ ଡିଗ୍ରୀ, ଭବାନୀପାଟଣାରେ ୪୧.୫ ଡିଗ୍ରୀ, ମାଲକାନଗିରିରେ ୪୧ ଡିଗ୍ରୀ, ସୁନ୍ଦରଗଡ଼ରେ ୪୦ ଡିଗ୍ରୀ ରହିଛି। ଆଜି ଭୁବନେଶ୍ୱରରେ ୩୭.୭ ଡିଗ୍ରୀ ଓ କଟକର ତାପମାତ୍ରା ୩୭.୨ ଡିଗ୍ରୀ ରହିଛି।

ଦିନକୁ ଦିନ ତାପମାତ୍ରା ବଢ଼ୁଥିବାରୁ ସମଗ୍ର ରାଜ୍ୟରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି।



from Odisha Reporter http://bit.ly/2JB6Fjv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages