
ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ ଏନ୍ଡିଏ କେନ୍ଦ୍ରରେ ପୁଣି ସରକାର ଗଠନ କରିବ ବୋଲି ନିଶ୍ଚିତ ଥିବା ରାମ ବିଲାଶ ପାଶ୍ୱାନ ଇସାରା ଦେଇଛନ୍ତି ତାଙ୍କ ପୁଅ ଚିରାଗ ପାଶ୍ୱାନ କେନ୍ଦ୍ରମନ୍ତ୍ରୀ ହେବେ। ଆସନ୍ତାକାଲି ଭୋଟ୍ ଗଣତି ହେବାକୁ ଥିବାବେଳେ ଏହା ପୂର୍ବରୁ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ପାଶ୍ୱାନ କହିଛନ୍ତି, ହଁ କୋଉ ବାପା ଚାହିଁବନି ଯେ?
ପାଶ୍ୱାନ ଆହୁରି ମଧ୍ୟ କହିଥିଲେ, ଚିରାଗ ପାଶ୍ୱାନଙ୍କ ପାଖରେ ସେ ସମସ୍ତ ପାରିବା ପଣିଆ ଅଛି। କୋଉ ବାପା ଚାହିଁବନି ଯେ ପୁଅ ଆଗକୁ ବଢ଼ୁ। କିନ୍ତୁ ପ୍ରଥମେ ଫଳାଫଳ ଆସିବାକୁ ଦିଆଯାଉ। ସୂଚନାଯୋଗ୍ୟ ଯେ, ଗତକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଆୟୋଜିତ ନୈଶ୍ୟଭୋଜିରେ ରାମବିଲାଶ ମଧ୍ୟ ଯୋଗ ଦେଇଥିଲେ।
ଚିରାଗ ବିହାରର ଜାମୁଇରୁ ଲଢ଼ୁଛନ୍ତି। ପୂର୍ବରୁ ଅଭିନୟ କରୁଥିବା ଚିରାଗ ଗତ କିଛି ବର୍ଷ ହେଲା ତାଙ୍କ ଦଳ ଲୋକ ଜନଶକ୍ତି ପାର୍ଟିର ପ୍ରମୁଖ ଦାୟିତ୍ୱ ତୁଲାଇ ଆସୁଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରରେ ଯେକୌଣସି ସରକାର ଥାଉ ରାମବିଲାଶ ମନ୍ତ୍ରୀ ପଦ ହାତେଇବାରେ ସମର୍ଥ ହୋଇଆସୁଛନ୍ତି। ଗତକାଲି ଶାହଙ୍କ ଭୋଜିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରି କହିଥିଲେ, ଦଳିତମାନେ ତାଙ୍କୁ ନେଇ ଆଶାବାଦୀ ଅଛନ୍ତି। ସେମାନଙ୍କ ପାଇଁ ମୋଦି ବହୁତ କିଛି କରିଛନ୍ତି ବୋଲି ସେ କହିଛନ୍ତି।
from Odisha Reporter http://bit.ly/2Qj6Lg7
No comments:
Post a Comment