କର୍ମୀଙ୍କୁ ଉତ୍ସାହିତ କରିବାକୁ ରାହୁଲଙ୍କ ପ୍ରୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 22, 2019

କର୍ମୀଙ୍କୁ ଉତ୍ସାହିତ କରିବାକୁ ରାହୁଲଙ୍କ ପ୍ରୟାସ

ନୂଆଦିଲ୍ଲୀ: ଭୋଟ ଗଣତିର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି କରିବା ସହ ସେମାନଙ୍କୁ ହତୋତ୍ସାହିତ ନ ହେବାକୁ କହିଛନ୍ତି। ଆଜି ରାହୁଲ ଗାନ୍ଧି ଏକଜିଟ୍‌ ପୋଲ୍‌କୁ ଫେକ୍‌ ବୋଲି କହିଛନ୍ତି। ଏଥିସହ ସେ ଦଳୀୟ କର୍ମୀଙ୍କୁ ଆସନ୍ତା ୨୪ ଘଣ୍ଟା ପାଇଁ ଆଲର୍ଟ ରହିବା ସହ ନର୍ଭୟ ଭାବେ କାର୍ଯ୍ୟ କରୁନ୍ତୁ ବୋଲି କହିଛନ୍ତି।

ଗତ ରବିବାର ରାହୁଲ ଗାନ୍ଧିଙ୍କ ଭଉଣୀ ତଥା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ମଧ୍ୟ ଏକଜିଟ୍‌ ପୋଲ୍‌ରେ ମୋଦିଙ୍କୁ ସମର୍ଥନ ମିଳିଥିବା ପ୍ରକାଶ ପାଇବା ପରେ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଏକ ପ୍ରେରଣା ଦାୟକ ଭିଡିଓ ଜାରି କରିଥିଲେ।

ରାହୁଲ ଗାନ୍ଧି ଆଜି ହିନ୍ଦୀରେ ଟ୍ୱିଟ୍‌ କରି କହିଛନ୍ତି, “ଆସନ୍ତା ୨୪ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ଆଲର୍ଟ ଓ ସଜାଗ ରହିବା ଦରକାର। ଭୟଭୀତ ହୁଅନ୍ତୁ ନାହିଁ। ଆପଣମାନେ ସତ୍ୟ ପାଇଁ ଲଢ଼େଇ କରୁଛନ୍ତି। ଫେକ୍‌ ଏକଜିଟ୍‌ ପୋଲ୍‌କୁ ଦେଖି ଆଦୌ ହତୋତ୍ସାହିତ ହୁଅନ୍ତୁ ନାହିଁ। ସର୍ବଦା କଂଗ୍ରେସ ଓ ନିଜ ଉପରେ ବିଶ୍ୱାସ ରଖନ୍ତୁ। ଆପଣମାନଙ୍କ କଠିନ୍‌ ପରିଶ୍ରମ କେବେ ହେଲେ ବେକାର ଯିବନାହିଁ।”



from Odisha Reporter http://bit.ly/2WiCnYI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages