
ଭୁବନେଶ୍ୱର ( ଓଡ଼ିଶା ରିପୋର୍ଟର): ବିବାହ ପରେ ସ୍ୱାମୀ ସ୍ତ୍ରୀ ୭ ଜନ୍ମ ପାଇଁ ପରସ୍ପରର ହୋଇଯାନ୍ତି। ସୁଖଦୁଃଖ, ଭଲମନ୍ଦ, ଘାତ ପ୍ରତିଘାତ ଯାହା ବି ଆସିଲେ, ଏକ ସଙ୍ଗେ ତାହାର ମୁକାବିଲା କରିଥାନ୍ତି। ସ୍ୱାମୀ ସ୍ତ୍ରୀ ଏକ ସଙ୍ଗେ ମନ୍ଦିର ଗଲେ, ସେମାନଙ୍କ ବୈବାହିକ ଜୀବନ, ପାରିବାରିକ ଜୀବନ ସୁଖମୟ ହୋଇଥାଏ। ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ, ଦେବାଦେବୀଙ୍କ ପୂଜା ଏକ ସଙ୍ଗେ ୨ ଜଣ ନ କଲେ ଉକ୍ତ କାର୍ଯ୍ୟ ସଫଳ ହୁଏ ନାହିଁ ବୋଲି ବିଶ୍ୱାସ ରହିଛି।
କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଦେବୀଙ୍କ ଦର୍ଶନ ଏକ ସଙ୍ଗେ କରି ପାରିବେନି ସ୍ୱାମୀସ୍ତ୍ରୀ। ଭୁଲରେ ବି ଏପରି କଲେ ଏଥିଲାଗି ସେମାନଙ୍କୁ ଭୋଗିବାକୁ ପଡ଼ିବ ଦଣ୍ଡ, ସମ୍ପର୍କରେ ଦେଖାଯିବ ଫାଟ।

ଭାରତରେ ଏପରି ବହୁ ମନ୍ଦିର ଅଛି ଯାହାର ପରମ୍ପରା ସମ୍ପୂର୍ଣ୍ଣ ଭିନ୍ନ। କେଉଁଆଡେ ମନ୍ଦିରରେ ପ୍ରବେଶ ନିସିଦ୍ଧ ତ କେଉଁଠି ପୁରୁଷଙ୍କ ପ୍ରବେଶ ମନା। କିନ୍ତୁ ଆଜି ଏପରି ଏକ ମନ୍ଦିର ବିଷୟରେ ଆପଣଙ୍କୁ କହିବୁ, ଯେଉଁଠାରେ ସ୍ୱାମୀ ସ୍ତ୍ରୀ ଏକ ସଙ୍ଗେ ଦେବୀଙ୍କ ଦର୍ଶନ କରିବା ମନା। ଏହାର ରହସ୍ୟ ଭଗବାନ ଶିବଙ୍କ ସହ ଯୋଡ଼ି ହୋଇଛି।
ମା’ ଦୁର୍ଗାଙ୍କ ଏହି ମନ୍ଦିର ଶିମଲାର ରାମପୁର ନାମକ ସହରରେ ରହିଛି । ଏଠାରେ ସ୍ୱାମୀସ୍ତ୍ରୀ ଏକ ସଙ୍ଗେ ପୂଜା କରିବା କିମ୍ୱା ମା’ ଦୁର୍ଗାଙ୍କ ଦର୍ଶନ କରିବା ମନା। ଏପରି ବାରଣ ସତ୍ତ୍ୱେ ଯଦି କୌଣସି ଦମ୍ପତି ଏକ ସଙ୍ଗେ ଦେବୀଙ୍କ ପ୍ରତିମାର ଦର୍ଶନ କରନ୍ତି, ତେବେ ସେମାନଙ୍କୁ ଏହାର ଦଣ୍ଡ ଭୋଗିବାକୁ ପଡେ ବୋଲି ବିଶ୍ୱାସ ରହିଛି।

ଏହି ମନ୍ଦିର ଶ୍ରାୟି କୋଟି ମାତାଙ୍କ ମନ୍ଦିର ନାମରେ ପରିଚିତ। ଏହା ପୂର୍ବ ହିମାଚଳରେ ଏକ ପ୍ରସିଦ୍ଧ ମନ୍ଦିର ଅଟେ। ଏହି ମନ୍ଦିର ଭିତରକୁ ଏକ ସଙ୍ଗେ ଯିବାକୁ ଦମ୍ପତିଙ୍କ ଉପରେ ନାହିଁ କଟକଣା। ହେଲେ ମାତାଙ୍କ ଦର୍ଶନ କରିବାକୁ ଅଲଗା ଅଲଗା ଯିବା ନିୟମ ଏଠାରେ ପ୍ରଚଳିତ। ଏହା ପଛରେ ଏକ ଲୋକକଥା ରହିଛି।
ଥରେ ଭଗବାନ ଶିବ ନିଜ ୨ ପୁତ୍ର ଗଣେଶ ଓ କାର୍ତ୍ତିକଙ୍କୁ ବ୍ରହ୍ମାଣ୍ଡ ଘୂରି ଆସିବାକୁ କହିଲେ। କାର୍ତ୍ତିକ ନିଜ ବାହନ ଉପରେ ବସି ବ୍ରହ୍ମାଣ୍ଡ ବୁଲିବାକୁ ଚାଲିଗଲେ। କିନ୍ତୁ ଗଣେଶ ସେଠାରୁ ଗଲେ ନାହିଁ। ସେ ନିଜ ପିତାମାତାଙ୍କ ଚାରିପାଖରେ ବୁଲି ବ୍ରହ୍ମାଣ୍ଡ ଭ୍ରମଣ କରିଦେଲେ ବୋଲି କହିଲେ। କିନ୍ତୁ କାର୍ତ୍ତିକ ଯେବେ ବ୍ରହ୍ମାଣ୍ଡ ବୁଲିକି ଆସିଲେ, ସେ ଦେଖିଲେ ଗଣେଶଙ୍କ ବିବାହ ହୋଇ ସାରିଛି।

ଏହାଦେଖି ସେ କ୍ରୋଧାନ୍ୱିତ ହୋଇଗଲେ। ପ୍ରତିଶୋଧପରାୟଣ ହୋଇ ବିବାହ ନ କରିବାକୁ ସଙ୍କଳ୍ପ ନେଲେ। କାର୍ତ୍ତିକଙ୍କ ଏହି ସଙ୍କଳ୍ପକୁ କିନ୍ତୁ ସହଜେ ଗ୍ରହଣ କରି ପାରିଲେନି ତାଙ୍କ ମାତା ପାର୍ବତୀ। ଫଳରେ ତାଙ୍କ ମୁହଁରୁ ବାହାରିଗଲା ଅଭିଶାପ। କହିଲେ ଯେଉଁ ଦମ୍ପତି ଏକ ସଙ୍ଗେ ଏହି ମନ୍ଦିରରେ ଦର୍ଶନ କରିବେ ସେ ପରସ୍ପରଠୁ ଅଲଗା ହୋଇଯିବେ। ସେବେଠାରୁ କୌଣସି ଦମ୍ପତି ଏକ ସଙ୍ଗେ ଏଠାରେ ପୂଜା କରନ୍ତି ନାହିଁ।
from Odisha Reporter http://bit.ly/2WVuy8f
No comments:
Post a Comment