ବିଜେଡିରେ କ୍ଷମତା ଲଢ଼େଇ: ରବି ଜେନାଙ୍କ ପାଇଁ ବଳି ପଡ଼ିଲେ ସୌମ୍ୟ ଓ ଅତନୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ବିଜେଡିରେ କ୍ଷମତା ଲଢ଼େଇ: ରବି ଜେନାଙ୍କ ପାଇଁ ବଳି ପଡ଼ିଲେ ସୌମ୍ୟ ଓ ଅତନୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ୨୦ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେବାର ୨୪ଘଣ୍ଟା ନପୂରୁଣୁ ବିଜେଡିରେ କନ୍ଦଳ ତୀବ୍ର ହେବାରେ ଲାଗିଛି। ଦଳରେ ଅନେକ ମନ୍ତ୍ରୀ ଆଶାୟୀଙ୍କୁ ନିରାଶ ହେବାକୁ ପଡ଼ିଥିବାବେଳେ ଅନେକ ଅଯୋଗ୍ୟ-ଅଜଣା ଚେହେରାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ବିଜେଡିର ହେଭିୱେଟ୍ ନେତାମାନଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢ଼େଇରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ପାଇଁ ଆବଶ୍ୟକ ମାପଦଣ୍ଡ(ଦକ୍ଷତା, ଆନୁଗତ୍ୟ ଓ ସ୍ୱଚ୍ଛତା) ବଳି ପଡ଼ିଯାଇଛି। ନବୀନଙ୍କ ପଞ୍ଚମ ପାଳିର ମନ୍ତ୍ରିମଣ୍ଡଳର ରୂପରେଖ ଏବେ ଦଳ ଭିତରେ ଏଭଳି ସନ୍ଦେଶ ଦେଇଛି ବୋଲି ଚର୍ଚ୍ଚା।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟସଭାରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କାର୍ଯ୍ୟକାଳ ଆଉ ୫ବର୍ଷ ଥିବା ସତ୍ତେ୍ୱ ତାଙ୍କୁ ବିଧାନସଭାରେ ଲଢ଼ିବା ପାଇଁ ଶେଷ ମୁହୂର୍ତ୍ତରେ ବିଜେଡି ନେତୃତ୍ୱ ଅନୁମତି ଦେଇଥିଲେ। ସୌମ୍ୟଙ୍କୁ ରାଜ୍ୟସଭାରୁ ଆଣି ବିଧାନସଭାରେ ଲଢ଼ାଇଥିବା ତଥା ସେ ସର୍ବାଧିକ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ପଦଟିଏ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ସୌମ୍ୟ ମଧ୍ୟ ନବୀନଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବାକୁ ନେଇ ଆଶାବାଦୀ ଥିଲେ। ମନ୍ତ୍ରୀ ହେବା ପାଇଁ ନବୀନଙ୍କ ମାପଦଣ୍ଡ ‘ଦକ୍ଷତା ଓ ସ୍ୱଚ୍ଛତା’କୁ ମଧ୍ୟ ସୌମ୍ୟ ପୂରଣ କରୁଥିଲେ। କିନ୍ତୁ ସବୁକିଛି ଠିକଠାକ୍ ଥିବାବେଳେ ତାଙ୍କ ପାଇଁ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତି ରବୀନ୍ଦ୍ର ଜେନା କଣ୍ଟା ସାଜିଥିଲେ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।

ସୌମ୍ୟଙ୍କ ପୁତୁରା ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନାଙ୍କ ବିପକ୍ଷରେ କଂଗ୍ରେସରୁ ଲଢ଼େଇ କରୁଥିଲେ। ସେଠାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ ମାତ୍ର ୧୧ହଜାର ଭୋଟ୍ ବ୍ୟବଧାନରେ ବାଜିମାତ୍ କରିଥିଲେ। ରଵୀନ୍ଦ୍ର ନିଜର ପରାଜୟ ପାଇଁ କଂଗ୍ରେସକୁ, ବିଶେଷକରି ପଟ୍ଟନାୟକ ପରିବାରକୁ ଦାୟୀ କରିଛନ୍ତି। ସୌମ୍ୟ ସେହି ଆସନରେ ନିଜ ପୁତୁରାଙ୍କ ଭୋଟ୍ ବୃଦ୍ଧି ପାଇଁ କାମ କରିଛନ୍ତି ବୋଲି ଶ୍ରୀ ଜେନା ଅଭିଯୋଗ ଆଣି ତାଙ୍କ ମନ୍ତ୍ରୀ ହେବା ବାଟରେ କଣ୍ଟା ସାଜିଥିଲେ। ଏପରିକି ବାଲେଶ୍ୱର ଜିଲ୍ଲା କୋଟାରୁ ୪ଥରର ବିଧାୟକ ଅଶ୍ୱିନୀ ପାତ୍ର ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ସ୍ଥାନ ପାଇଥିଲେ ମଧ୍ୟ ଶ୍ରୀ ଜେନାଙ୍କ ଚାପରେ ଉଭୟ ସୌମ୍ୟ ଓ ଅଶ୍ୱିନୀ ବାଦ୍ ପଡ଼ିଥିବା ଜଣାପଡ଼ିଛି।

ଶ୍ରୀ ଜେନା ନିଜ ପତ୍ନୀଙ୍କ ଟିକେଟ୍ (ବସ୍ତାରୁ ଆଶାୟୀ ଥିଲେ) କଟିବା ପଛରେ ବାଲେଶ୍ୱର ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ ହାତ ଥିବା ସେ ସନ୍ଦେହ କରିଥିଲେ। ଏହି କାରଣରୁ ଶ୍ରୀ ନାୟକ ଓ ଶ୍ରୀ ଜେନାଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିବା ବିଜେଡି ମହଲରେ ଚର୍ଚ୍ଚା। ସାଂଗଠନିକ ଦକ୍ଷତା ଓ ଲୋକପ୍ରିୟତା ଅଭାବରୁ ଶ୍ରୀ ଜେନା ପରାଜିତ ହୋଇଥିଲେ ମଧ୍ୟ ସେ ନିଜର ପରାଜୟ ପାଇଁ ସୌମ୍ୟ, ଅତନୁ ଓ ଜିଲ୍ଲାର କିଛି ବିଧାୟକଙ୍କୁ ଦାୟୀ କରି ନିଜର ପତିଆରା ମାଧ୍ୟମରେ ସେମାନଙ୍କ ମନ୍ତ୍ରୀ ହେବା ବାଟରେ କଣ୍ଟା ସାଜିଥିଲେ।

ଶ୍ରୀ ଜେନାଙ୍କ ତୃତୀୟ ମହଲା ଓ ବିଜେଡିରେ ଅଖଣ୍ଡ ପ୍ରଭାବ ରହିଛି। ବିଜେଡିର ତୃତୀୟ କ୍ଷମତାକେନ୍ଦ୍ରଙ୍କ ମାଧ୍ୟମରେ ସେ ଗୋଟିଚାଳନା କରି ସେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ପରିବର୍ତ୍ତେ ଭଦ୍ରକ ସଂସଦୀୟ କ୍ଷେତ୍ରରୁ ସିମୂଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମନ୍ତ୍ରୀ ପଦରେ ଆସୀନ କରାଇବାରେ ସଫଳ ହୋଇଥିଲେ ବୋଲି ବିଜେଡି ସୂତ୍ରରୁ ସୂଚନା ମିଳିଛି।

ସେହିପରି କଟକ ଜିଲ୍ଲା କୋଟାରୁ ବିଧାୟକ ଦେବୀପ୍ରସାଦ ମିଶ୍ର ଓ ରାଜ୍ୟସଭାରୁ ଆସି କେନ୍ଦ୍ରାପଡ଼ା ଜିଲ୍ଲାରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିବା ପ୍ରତାପ ଦେବଙ୍କୁ ଶେଷମୁହୂର୍ତ୍ତରେ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବା ମଧ୍ୟ ଦଳ ଭିତରେ ବଢ଼ୁଥିବା କନ୍ଦଳର ପ୍ରତିଫଳନ ବୋଲି ଚର୍ଚ୍ଚା ହେଉଛି। ସେହିପରି ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିଲେ ମଧ୍ୟ ତାଙ୍କୁ ପୂର୍ବ ତୁଳନାରେ କମ୍ ଗୁରୁତ୍ୱ ବହନ କରୁଥିବା ବିଭାଗ ପ୍ରଦାନ କରାଯାଇଥିବାରୁ ସେ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏପରିକି ନବୀନଙ୍କ ମନ୍ତ୍ରିମଣ୍ଡଳରେ ସେ ପୂର୍ବରୁ ୫ବର୍ଷ ରହିଥିଲେ ମଧ୍ୟ ତାଙ୍କ ଅଭିଜ୍ଞତା ଓ ଦକ୍ଷତାକୁ ଅଣଦେଖା କରାଯାଇ ଏକ ପ୍ରଭାବଶାଳୀ ଗୋଷ୍ଠୀ ଚାପରେ ତାଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟାରେ ରଖାଯାଇଛି ବୋଲି ଚର୍ଚ୍ଚା।



from Odisha Reporter http://bit.ly/2JM3PIA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages