ଗାଁ ଗଳି କ୍ରିକେଟରୁ ଶାଦାବଙ୍କୁ ବିଶ୍ୱକପ୍ ଟିକେଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 30, 2019

ଗାଁ ଗଳି କ୍ରିକେଟରୁ ଶାଦାବଙ୍କୁ ବିଶ୍ୱକପ୍ ଟିକେଟ୍

ଇସଲାମାବାଦ: ବିଶ୍ୱକପ୍ ବିଗୁଲ୍ ବାଜି ସାରିଛି। ଗୋଟିଏ ପଟେ ବିଶ୍ୱକପରେ ସାମିଲ୍ ଟିମର ଅଧିନାୟକ ଏବଂ ସେମାନଙ୍କ ରଣନୀତିକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ କିଛି ପ୍ରତିଭାସମ୍ପନ୍ନ ଖେଳାଳି ଏବଂ ସେମାନଙ୍କ ଦକ୍ଷତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଖେଳାଳିମାନଙ୍କ ମଧ୍ୟରେ ଏକ ନୂଆ ନାମ ସାମିଲ୍ ହୋଇଛି। ସେ ହେଉଛନ୍ତି ପାକିସ୍ତାନର ଶାଦାବ ଖାନ୍।

କିଛି ବର୍ଷ ତଳେ ନିଜ ଗାଁର ଗଳିରେ କ୍ଲବ୍ କ୍ରିକେଟ୍ ଖେଳୁଥିବା ଶାଦାବ ବର୍ତ୍ତମାନ ପାକିସ୍ତାନ ଟିମର ନିୟମିତ ଲେଗ୍ ସ୍ପିନର୍ ଭାବେ ସ୍ଥାନ ସୁରକ୍ଷିତ କରିପାରିଛନ୍ତି। ଗାଁ’ର ଗଳିରୁ ବାହାରିଥିବା ଏହି ଖେଳାଳି ପ୍ରଥମଥର ବିଶ୍ୱକପରେ ପାଦ ଦେଇଛନ୍ତି। ବିଶ୍ୱକପ୍ ପର୍ଯ୍ୟନ୍ତ ଅଭିଯାନ ପଛରେ ତାଙ୍କର କଠିନ ପରିଶ୍ରମ ଏବଂ ଅତୁଳନୀୟ ପ୍ରତିଶ୍ରୁତିବଦ୍ଧ ରହିଛି।

ଟି-୨୦ ବୋଲିଂ ରାଙ୍କିଙ୍ଗରେ ତୃତୀୟ ସ୍ଥାନରେ ଥିବା ଶାବାଦଙ୍କ ଉପରେ ପ୍ରଥମେ ନଜର ପକାଇଥିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜେତା ଟିମ୍ କ୍ୟାପଟେନ୍ ଇମ୍ରାନ୍ ଖାନ୍। ଇଂଲଣ୍ଡ ଗସ୍ତ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାକିସ୍ତାନ ଟିମ୍ ସହ ସାକ୍ଷାତ କରିଥିଲେ। ଏହି ସାକ୍ଷାତରେ ଇମ୍ରାନ୍ ଶାଦାବଙ୍କ କଥା ଉଠାଇଥିଲେ ଏବଂ ତାଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ।

ଶାଦାବଙ୍କ ପୂର୍ବତନ କୋଚ୍ ସଜ୍ଜାଦ୍ ଅହମ୍ମଦ କହିଛନ୍ତି, “କ୍ରିକେଟ୍ ପ୍ରତି ଶାଦାବଙ୍କ ପ୍ରତିଶ୍ରୁତିବଦ୍ଧ ଅତୁଳନୀୟ ରହିଛି। ଘରୋଇ କ୍ରିକେଟ୍ ଖେଳିବା ପୂର୍ବରୁ ସେ ରାତି ୯ଟା ବେଳେ ଶୋଇ ପଡ଼ୁଥିଲେ ଏବଂ ସୂର୍ଯ୍ୟୋଦୟ ପୂର୍ବରୁ ମଇଦାନରେ ପହଞ୍ଚି ଯାଉଥିଲେ। ଏହା ସେ ଅନେକ ବର୍ଷ ଧରି ଜାରି ରଖିଥିଲେ ଏବଂ ଘଣ୍ଟା ଘଣ୍ଟା ଧରି ଗ୍ରାଉଣ୍ଡରେ ଅଭ୍ୟାସ କରୁଥିଲେ।”

ଶାଦାବ ପଞ୍ଜାବସ୍ଥିତ ମିଆଁୱାଲି ଜିଲ୍ଲାର ସିନ୍ଧୁ ନଦୀକୂଳରେ ଖରାପ ପିଚରେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ, ଯେଉଁଠାରେ ଇମ୍ରାନ୍ ଖାନ୍ ଓ ଟେଷ୍ଟ କ୍ରିକେଟର ମିଶବା-ଉଲ୍-ହକଙ୍କ ଘର ମଧ୍ୟ ଅଛି। ପାକିସ୍ତାନ ଅଣ୍ଡର-୧୬ ଟିମ୍ ସହ ଖେଳିବା ପରେ ସେ ଅଣ୍ଡର-୯ ବିଶ୍ୱକପ୍ ପାଇଁ ଚୟନ ହୋଇଥିଲେ, ଯେଉଁଥିରେ ସେ ୧୧ ୱିକେଟ୍ ନେଇଥିଲେ।

ପାକିସ୍ତାନ-ଏ ପକ୍ଷରୁ ପଦାର୍ପଣ କରି ସେ ୫ ୱିକେଟ୍ ହାସଲ କରିଥିଲେ। ସେ ଶ୍ରୀଲଙ୍କା-ଏ ବିପକ୍ଷ ଅନଅଫିସିଆଲ୍ ଟେଷ୍ଟରେ ୪୮ ରନ୍ କରିଥିଲେ। ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍)ରେ ଇସଲାମାବାଦ ୟୁନାଇଟେଡ ପକ୍ଷରୁ ଖେଳିବା ପରେ ତାଙ୍କୁ ପାକିସ୍ତାନ ଜାତୀୟ ଟିମରେ ସାମିଲ୍ କରାଯାଇଥିଲା।

ସେ ୨୦୧୭ରେ ବ୍ରିଜଟାଉନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ମ୍ୟାଚରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ମ୍ୟାଚରେ ସେ ଦମଦାର ପ୍ରଦର୍ଶନ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେହିପରି ଏହି ବର୍ଷ ସେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଆ ଓ ଟେଷ୍ଟ ପଦାର୍ପଣ ମଧ୍ୟ କରି ସଫଳ ହୋଇଥିଲେ। ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ସେ ଭାରତର ଯୁବରାଜ ସିଂହଙ୍କ ମୂଲ୍ୟବାନ୍ ୱିକେଟ୍ ମଧ୍ୟ ନେଇ ରାତାରାତି ଷ୍ଟାର୍ ହୋଇଥିଲେ।



from Odisha Reporter http://bit.ly/2MjjAZF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages