‍ଫୋନି ପ୍ରଭାବରେ ‍ଗୋପାଳପୁରରେ ପ୍ରବଳ ବର୍ଷା ଓ ପବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 2, 2019

‍ଫୋନି ପ୍ରଭାବରେ ‍ଗୋପାଳପୁରରେ ପ୍ରବଳ ବର୍ଷା ଓ ପବନ

rain1

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଉ କେଇ ଘଣ୍ଟା ପରେ ପୁରୀରେ ଲ୍ୟାଣ୍ଡଫଲ୍ କରିବ ସାମୁଦ୍ରିକ ଝଡ଼ ‘ଫୋନି’। ସକାଳ ପ୍ରାୟ ସାଢ଼େ ୮ଟା ବେଳକୁ ଏହା ଲ୍ୟାଣ୍ଡଫଲ୍ କରିବାକୁ ଆକଳନ କରାଯାଇଥିବା ବେଳେ ଏହାର ପ୍ରଭାବରେ ଗତକାଲିଠାରୁ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ସବୁଠୁ ଅଧିକ ବର୍ଷା ହୋଇଛି ଗୋପାଳପୁରରେ। ଏଠାରେ ୧୩୨ ମିଲିମିଟର ବର୍ଷା ହୋଇଥିବା ବେଳେ ଘଣ୍ଟାପ୍ରତି ୧୦୫ କିଲୋମିଟର ବେଗରେ ପବନ ବହୁଛି। ଏହା ସହିତ ଗଞ୍ଜାମର ଅନ୍ୟାନ୍ୟ ଅଞ୍ଚଳରେ ବି ପ୍ରବଳ ବର୍ଷା ଜାରି ରହିଛି।

‘ଫୋନି’ ପୁରୀରେ ଲ୍ୟାଣ୍ଡଫଲ୍ କରିବାକୁ ଥିବା ବେଳେ ଏଠାରେ ମଧ୍ୟ ବର୍ଷା ଜାରି ରହିଛି। ଏଯାବତ ଏଠାରେ ୮୨ ମିଲିମିଟର ବର୍ଷା ହୋଇଛି। ସେହିପରି ଏଠାରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୦ କିମି ରହିଛି।

ଭୁବନେଶ୍ୱରରେ ମଧ୍ୟ ଗତକାଲି ଠାରୁ ବର୍ଷା ଲାଗି ରହିଛି। ଏଠାରେ ୩୩ ମିଲିମିଟର ବର୍ଷା ହୋଇଛି।

ସୂଚନା ଅନୁଯାୟୀ, ‘ଫୋନି’ ଘଣ୍ଟାପ୍ରତି ୧୬ କିମି ବେଗରେ ପୁରୀ ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି। ରାତି ସାଢ଼େ ଗୋଟେରେ ଏହା ପୁରୀଠାରୁ ୧୧୦ କିମି ଓ ଗୋପାଳପୁରଠାରୁ ୬୫ କିମି ଦୂରରେ ଥିଲା। ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୧୭୦ ରୁ ୧୮୦ କିମି ରହିବ। ସ୍ଥଳବିଶେଷରେ ଏହା ୨୦୦ କିମି ହେବ। ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।



from Odisha Reporter http://bit.ly/2JjN1Yv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages