
ପାରାଦ୍ୱୀପ (ରମାକାନ୍ତ ନାୟକ): ସାମୁଦ୍ରିକ ଝଡ଼ ‘ଫୋନି’କୁ ନେଇ ଜଗତସିଂହପୁର ଜିଲ୍ଲା ପାରାଦୀପ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ‘ଫୋନି’କୁ ନେଇ ଗଣମାଧ୍ୟମରେ ଖବର ଦେଖିବା ପରେ ୧୯୯୯ ମହାବାତ୍ୟା କଥା ମନେ ପଡ଼ିଯାଉଛି ବୋଲି ବାତ୍ୟା ଆଶ୍ରୟସ୍ଥଳୀରେ ରହୁଥିବା ଲୋକେ କହିଛନ୍ତି।
‘ଫୋନି’ ଯୋଗୁଁ ଜିଲ୍ଲା ପ୍ରଶାସନ ପ୍ରଭାବିତ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ପାରାଦୀପ ମ୍ୟୁନିସିପାଲଟିର ଏକ ମଣ୍ଡପରେ ଆଶ୍ରୟ ଦେଇଛି। ଏଠାରେ ବର୍ତ୍ତମାନ ପାଖାପାଖି ୨୦୦ରୁ ଅଧିକ ଲୋକ ରହୁଛନ୍ତି। ଏପରିକି ସେମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଛି।
ପାରାଦୀପ ସହରରେ ପବନର ବେଗ ଏତେ ନଥିବା ବେଳେ ମେରାଇନ ଡ୍ରାଇଭରେ କିନ୍ତୁ ପବନର ବେଗ ଅଧିକ ରହିଥିବା ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରୁ ଲୋକ ଆସି ଏହି ବାତ୍ୟାସ୍ଥଳରେ ପହଞ୍ଚିଥିବାରୁ ପ୍ରତ୍ୟେକ ବସ୍ତି ପାଖରେ ବାତ୍ୟା ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ପାଇଁ ଦାବି କରିଛନ୍ତି ଆଶ୍ରୟସ୍ଥଳରେ ଥିବା ଲୋକେ।
from Odisha Reporter http://bit.ly/2DKovMq
No comments:
Post a Comment