ଏକମାତ୍ର ଟି-୨୦ରେ ଇଂଲଣ୍ଡ ବିଜୟୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 6, 2019

ଏକମାତ୍ର ଟି-୨୦ରେ ଇଂଲଣ୍ଡ ବିଜୟୀ

କାର୍ଡିଫ୍: ଅଧିନାୟକ ଇଆନ୍ ମୋର୍ଗାନଙ୍କ ଦମଦାର ଇନିଂସକୁ ଆଧାର କରି ଇଂଲଣ୍ଡ ଏଠାରେ ଅନୁଷ୍ଠିତ ଏକମାତ୍ର ଟି-୨୦ରେ ପାକିସ୍ତାନକୁ ୭ ୱିକେଟରେ ପରାସ୍ତ କରିଛି। ସୋଫିଆ ଗାର୍ଡେନ୍ସରେ ଖେଳାଯାଇଥିବା ଏହି ମୁକାବିଲାରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୩ ରନ୍ କରିଥିଲା।

ଭ୍ରମଣକାରୀ ଟିମ୍ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ବାବର ଆଜମ ଓ ହାରିସ ସୋହେଲ ଅର୍ଦ୍ଧଶତକ ମାରି ପାକିସ୍ତାନକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୦୩ ରନର ଭାଗୀଦାରୀ କରିଥିଲେ। ବାବର ୪୨ ବଲରେ ୬୫ (୫ ଚୌକା, ୩ ଛକା) ଓ ହାରିସ୍ ୩୬ ବଲରେ ୫୦ (୫ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ। ଶେଷଭାଗରେ ଇମାଦ ୱାସିମ୍ (୧୮*) ଓ ଫହୀମ ଅସରଫ୍ (୧୭) ଦ୍ରୁତ ରନ୍ ଦ୍ୱାରା ପାକିସ୍ତାନ ଭଲ ସ୍କୋର କରିପାରିଥିଲା। ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର୍ ୨ଟି, ଟମ୍ କରାନ୍ ଓ କ୍ରିସ୍ ଜୋର୍ଡାନ୍ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।

ଜବାବରେ ଇଂଲଣ୍ଡ ୧୯.୨ ଓଭରରେ ୩ ୱିକେଟ୍ ହରାଇ ୧୭୫ ରନ୍ କରି ବିଜୟୀ ହୋଇଥିଲା। ଇଂଲଣ୍ଡ ପକ୍ଷରୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ମୋର୍ଗାନ୍ ୫୭ (୨୯ ବଲ୍, ୫ ଚୌକା, ୩ ଛକା) ଓ ଜୋ ଡେନଲୀ ୨୦ (୧୨ ବଲ୍, ୨ ଚୌକା, ୧ ଛକା) ରନ୍ କରି ଅପାରାଜିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେମ୍ସ ଭିନ୍ସ ୩୬ (୨୭ ବଲ୍, ୩ ଚୌକା, ୧ ଛକା) ଓ ଜୋ ରୁଟ୍ ୪୭ (୪୨ ବଲ୍, ୫ ଚୌକା) ଓ ବେନ୍ ଡକେଟ୍ ୯ ରନ୍ କରି ଆଉଟ୍ ହୋଇଥିଲେ। ପାକିସ୍ତାନ ପକ୍ଷରୁ ୱାସିମ୍, ଶାହୀନ୍ ଓ ହାସନ୍ ଅଲୀ ଗୋଟିଏ ଲେଖାଏ ୱିକେଟ୍ ହାସଲ କରିଥିଲେ।



from Odisha Reporter http://bit.ly/2DPiNZO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages