
ବିଷ୍ଣୁପୁର: ’ଫୋନି’ ବାତ୍ୟାର ଭୟାବହତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିବାକୁ ଚାହିଁଥିଲେ ମଧ୍ୟ ସେ ଫୋନ୍ କଲ୍ର ଉତ୍ତର ନଦେବା ନେଇ ନିଜେ ମମତା ଆଜି ମୁହଁ ଖୋଲିଛନ୍ତି। ମମତା କହିଛନ୍ତି, ସେ ‘ଏକ୍ସପାରି ପିଏମ୍’ଙ୍କ ସହ ଗୋଟିଏ ମଞ୍ଚରେ ବସିବାକୁ ଚାହୁଁନଥିଲେ।
ପଶ୍ଚିମବଙ୍ଗର ତମ୍ଲୁକ୍ଠାରେ ଏକ ନିର୍ବାଚନୀ ରାଲିରେ ମୋଦି ଅଭିଯୋଗ ଆଣିଥିଲେ, ମୁଁ ଅପେକ୍ଷା କରିଥିଲି ଯେ ସେ ମୋତେ କଲ୍ବ୍ୟାକ୍ କରିବେ। କିନ୍ତୁ ସେ କଲେନି। ମୁଁ ପୁଣି କଲ୍ କଲି। ମୁଁ ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଚିନ୍ତିତ ଥିଲି, ତେଣୁ ମମତା ଦିଦିଙ୍କ ସହ କଥା ହେବାକୁ ଚାହୁଁଥିଲି। କିନ୍ତୁ ସେ ଦ୍ୱିତୀୟ ଥର ମଧ୍ୟ କଥା ହେଲେନି।
ବିଷ୍ଣୁପୁରଠାରେ ଏକ ନିର୍ବାଚନା ରାଲିରେ ମମତା ଏହାର ଉତ୍ତର ରଖି ମୋଦିଙ୍କୁ ଏକ୍ସପାରି ପିଏମ୍ କହିଛନ୍ତି। ବର୍ତ୍ତମାନ ସାଧାରଣ ନିର୍ବାଚନ ଚାଲିଥିବାରୁ ପ୍ରଧାନମନ୍ତ୍ରୀଙ୍କ ଅବଧି ବର୍ତ୍ତମାନ ସରିଯାଇଥିବା ସେ କହିଛନ୍ତି। ସେ ଦାବି କରି ଆସୁଛନ୍ତି ଯେ ମୋଦି ପୁଣି ପ୍ରଧାନମନ୍ତ୍ରୀ ପଦବୀକୁ ଫେରିବେ କି ନା ସନ୍ଦେହ।
from Odisha Reporter http://bit.ly/2H20Bg7
No comments:
Post a Comment