
ଭଦ୍ରକ (ତପନ ସ୍ୱାଇଁ): ଶଳା ବାହାଘର ପାଇଁ ବରଯାତ୍ରୀରେ ଯାଇଥିବା ବେଳେ ଚାଲିଗଲା ଦୁଇ ଭିଣୋଇଙ୍କ ଜୀବନ। ଏହି ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ।
ମୃତକ ଦ୍ୱୟ ହେଲେ ରମେଶ ଦାସ ଓ କଦମ୍ବବନ୍ଧୁ ମିଶ୍ର। ରମେଶଙ୍କ ଘର ଅସ୍ତଳ ହୋଇଥିବା ବେଳେ କଦମ୍ବବନ୍ଧୁଙ୍କ ଘର ପାଳିଆରେ ବୋଲି ଜଣାପଡ଼ିଛି।
ଗତକାଲି ରମେଶ ଓ କଦମ୍ବବନ୍ଧୁ ଶଳା ବାହାଘର ପାଇଁ ବରଯାତ୍ରୀଙ୍କ ସହ ଝିଅ ଘରକୁ ବାହାରିଥିଲେ। ତିହିଡ଼ି ବ୍ଲକ୍ ଗୋଳାପୋଖରୀ ଛକରେ ଝିଅ ଘର ଅଭିମୁଖେ ପ୍ରୋସେସନ୍ ଆରମ୍ଭ ହୋଇଥିଲା। ସେତେବେଳେ ଏ ଦୁଇ ଜଣ ରାସ୍ତାରେ ଛିଡ଼ା ହୋଇ କଥା ହେଉଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ରମେଶଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ନେବା ବାଟରେ କଦମ୍ବବନ୍ଧୁଙ୍କ ମୃତ୍ୟୁ ଘଟିଥିଲା।
ମୃତ ରମେଶଙ୍କ କାକା କହିଛନ୍ତି,“ରାସ୍ତାରେ ଦୁଇ ସଡ଼ୁ ଠିଆ ହୋଇ କଥା ହେଉଥିବା ବେଳେ ବୋଲେରୋଟି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମୋ ପୁତରାର ମୃତ୍ୟୁ ଘଟିଥଲା। ଡାକ୍ତରଖାନା ନେବା ବାଟରେ ତା’ ସଡ଼ୁଙ୍କ ମୃତ୍ୟୁ ଘଟିଥିଲା। ଘଟଣାର ତଦନ୍ତ କରାଯାଉ, ଆମକୁ କ୍ଷତିପୂରଣ ଦିଆଯାଉ।”
ଏ ଘଟଣା ପରେ ଶୋକାକୂଳ ପରିବେଶ ମଧ୍ୟରେ ସେମାନଙ୍କ ଶଳାଙ୍କ ବାହାଘର ସଂପନ୍ନ ହୋଇଥିଲା।
from Odisha Reporter http://bit.ly/2H5tOrH
No comments:
Post a Comment