ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ପ୍ରଚାର କଲେ ବଲିଉଡ ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 7, 2019

ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ପ୍ରଚାର କଲେ ବଲିଉଡ ଅଭିନେତ୍ରୀ

ଭୋପାଳ: ଭୋପାଳ ଲୋକସଭା ଆସନର ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିରୋଧରେ ପ୍ରଚାର ପାଇଁ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ମଇଦାନକୁ ଓହ୍ଲାଇଛନ୍ତି କଂଗ୍ରେସ ପ୍ରାର୍ଥୀ ଦିଗବିଜୟ ସିଂହ।

ଭୋପାଳରେ ଆଜି ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ପହଞ୍ଚିବା ପରେ ସାଧ୍ୱୀ ପ୍ରଜ୍ଞାଙ୍କ ବିରୋଧରେ ଜୋରଦାର ବର୍ଷିଛନ୍ତି। ଜଣେ ଆତଙ୍କବାଦୀ ଅଭିଯୁକ୍ତ ନିର୍ବାଚନରେ ପ୍ରାର୍ଥୀ ହେବା ଆମ ପାଇଁ କ୍ଷତିକାରକ। ସେ ଉଭୟ ରାଜନୀତି ଓ ଅପରାଧ ସହ ଜଡ଼ିତ ବୋଲି ସ୍ୱରା ଭାସ୍କର କହିବା ସହିତ କଂଗ୍ରେସ ପ୍ରାର୍ଥୀ ଦିଗ ବିଜୟ ସିଂହଙ୍କ ପାଇଁ ପ୍ରଚାର କରିଛନ୍ତି।

ସେପଟେ ଏହାର ଜବାବରେ ପ୍ରତିକ୍ରିୟା ରଖିଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ। ସେ କହିଛନ୍ତି ପ୍ରଜ୍ଞା ଠାକୁର ଦୋଷୀ ବୋଲି ପ୍ରମାଣିତ ହୋଇ ନାହାନ୍ତି। ଦଳ ସମସ୍ତ ଘଟଣା ବାବଦରେ ଅବଗତ ଥାଇ ପ୍ରଜ୍ଞା ଠାକୁରଙ୍କୁ ପ୍ରାର୍ଥୀ କରିଛି। କଂଗ୍ରେସ ସରକାରରେ ଥିବା ବେଳେ ୨୦୦୮ ମାଲେଗାଁଓ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ସାଧ୍ୱୀ ପ୍ରଜ୍ଞାଙ୍କୁ ‘ହିନ୍ଦୁ ଆତଙ୍କବାଦୀ’ ଭାବେ ଚିତ୍ରିତ କରିଛି। ଯାହାର ମଧ୍ୟସ୍ତି ଦିଗ ବିଜୟ ସିଂହ ବୋଲି କହିଛନ୍ତି ଶିବରାଜ। ସେ ସମ୍ପୁର୍ଣ୍ଣ ନିର୍ଦ୍ଦେଷ ତାଙ୍କୁ ଜାଣିଶୁଣି ଫଶାଇ ଦିଆଯାଇଛି ବୋଲି ଶିବରାଜ ସିଂହ କହିଛନ୍ତି।



from Odisha Reporter http://bit.ly/2H4Kcc6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages