
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ସାରା ଦେଶରେ ଆଜି ଗଣତି ଚାଲିଛି। ତେବେ ଆମେଠିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପଛରେ ଚାଲିଥିବା ବେଳେ ବିଜେପି ନେତ୍ରୀ ସ୍ମୃତି ଇରାନୀ ଆଗରେ ଚାଲିଛନ୍ତି। ତେବେ କେରଳର ୱାଇନାଡ଼ ଆସନରେ ରାହୁଲ ଆଗରେ ଅଛନ୍ତି।
ଗୁଜରାଟର ଗାନ୍ଧିନଗର ଆସନରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଗରେ ଚାଲିଥିବା ବେଳେ ଉତ୍ତର ପ୍ରଦେଶର ରାଏବରେଲୀ ଆସନରେ ସୋନିଆ ଗାନ୍ଧି ଆଗରେ ଚାଲିଛନ୍ତି।
୫୪୨ଟି ଲୋକସଭା ଆସନରୁ ଏ ଖବର ଲେଖାଯିବା ସୁଦ୍ଧା ୨୪୯ ଟି ଆସନରୁ ୧୪୮ଟିରେ ବିଜେପି ଆଗୁଆ ଚାଲିଥିବା ବେଳେ କଂଗ୍ରେସ ୫୬ଟି ଓ ଅନ୍ୟାନ୍ୟ ଦଳ ୫୧ଟି ଆସନରେ ଆଗୁଆ ଚାଲିଛନ୍ତି।
ଓଡ଼ିଶାର ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ଆଗରେ ଚାଲିଛନ୍ତି।
from Odisha Reporter http://bit.ly/2VLC8AY
No comments:
Post a Comment