ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱିତୀୟ ପାଳିରେ ମନ୍ତ୍ରିମଣ୍ଡଳରୁ ବାଦ୍ ପଡ଼ିଲେ ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ୍ ଗତଥର ମୋଦିଙ୍କ କ୍ୟାବିନେଟ୍ରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିବା ଜୁଏଲଙ୍କୁ ଏଥର ମନ୍ତ୍ରୀ ହେବାକୁ ସୁଯୋଗ ମିଳିନାହିଁ ।
କେବଳ ଜୁଏଲ୍ ନୁହନ୍ତି, ବହୁ ହେଭିୱେଟ୍ ନେତା ମଧ୍ୟ ବାଦ୍ ପଡ଼ିଛନ୍ତି । ମୋଦିଙ୍କ ଟିମ୍ରୁ ପୂର୍ବତନ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି, ପୂର୍ବତନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ, ପୂର୍ବତନ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେପି ନଡ୍ଡା, ପୂର୍ବତନ କେନ୍ଦ୍ର କୃଷି ମନ୍ତ୍ରୀ ରାଧା ମୋହନ ସିଂଙ୍କୁ ଏଥର ମନ୍ତ୍ରୀ ପଦ ଦିଆଯାଇନାହିଁ।
ଏମାନଙ୍କ ସହ ମୋଦିଙ୍କ ଟିମ୍ରୁ ବାଦ୍ ପଡ଼ିଥିବା ରାଷ୍ଟ୍ରମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ରାଜ୍ୟବର୍ଦ୍ଧନ ସିଂ ରାଠୋର୍, ମହେଶ ଶର୍ମା, ଜୟନ୍ତ ସିହ୍ନା, ଏସ୍ଏସ୍ ଆଲୁଓ୍ୱାଲିଆ, ବିଜୟ ଗୋଏଲ୍, ରାମକ୍ରିପାଲ୍ ଯାଦବଅ ଏବଂ ସତ୍ୟପାଲ୍ ସିଂ ପ୍ରମୁଖ।
from Odisha Reporter http://bit.ly/2I8cmlU
No comments:
Post a Comment