ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କ ମାମଲା: ଗମ୍ଭୀର ଅଭିଯୋଗ ଆଣିଲେ ମା’, ଭଉଣୀ ବି କହିଲେ ଷଡ଼ଯନ୍ତ୍ର ହୋଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 19, 2019

ଦୂତୀଙ୍କ ସମଲିଙ୍ଗୀ ସମ୍ପର୍କ ମାମଲା: ଗମ୍ଭୀର ଅଭିଯୋଗ ଆଣିଲେ ମା’, ଭଉଣୀ ବି କହିଲେ ଷଡ଼ଯନ୍ତ୍ର ହୋଇଛି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ଧାବିକା ଦୂତୀ ଚାନ୍ଦଙ୍କ ସମଲିଙ୍ଗୀ ସଂପର୍କ ବିଷୟରେ ଖବର ପ୍ରଚାର ହେବା ପରେ ଘଟଣା ଭିନ୍ନମୋଡ଼ ନେଇଛି। ସମଲିଙ୍ଗୀ ସମ୍ପର୍କକୁ ନିଜେ ଦୂତୀ ଚାନ୍ଦ ସ୍ୱୀକାର କରିବା ପରେ ତାଙ୍କ ଭଉଣୀ ଏବଂ ମା’ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଦୂତିଙ୍କ ଟଙ୍କା ହଡ଼ପ ପାଇଁ ଏହା ବିରାଟ ଷଡ଼ଯନ୍ତ୍ର ବୋଲି ଦୂତୀଙ୍କ ଭଉଣୀ ସରସ୍ୱତୀ ଅଭିଯୋଗ ଆଣିଥିବା ବେଳେ ଦୂତୀଙ୍କ ମା’ ସିଧାସଳଖ କିଟ୍‌କୁ ଦାୟୀ କରିଛନ୍ତି। ଦୂତୀଙ୍କ ମା’ କହିଛନ୍ତି ଯେ, ଯେହେତୁ ଦୂତି ଏବେ କିଟ୍‌ରେ ପଢ଼ୁଛନ୍ତି ତେଣୁ ଉକ୍ତ ଅନୁଷ୍ଠାନର ଶିକ୍ଷକମାନେ ଏହିଁ ଷଡ଼ଯନ୍ତ୍ର ରଚିଛନ୍ତି। ତା’ ପଇସାପତ୍ରକୁ ହଡ଼ପ କରିବାକୁ ଚକ୍ରାନ୍ତ ଚାଲିଛି ବୋଲି ତାଙ୍କ ମା’ ଅଭିଯୋଗ ଆଣିଛନ୍ତି।

ଭଉଣୀ ସରସ୍ୱତୀ ଚାନ୍ଦ ଅଭିଯୋଗ କରିଛନ୍ତି ଯେ, ଦୂତିଙ୍କ ଟଙ୍କା ହଡ଼ପ ପାଇଁ ବିରାଟ ବଡ଼ ଷଡ଼ଯନ୍ତ୍ର ରଚାଯାଇଛି।

ଦୂତିଙ୍କୁ କିଛି କୁଚକ୍ରୀ,ସ୍ୱାର୍ଥଲୋଭୀ ବ୍ୟକ୍ତି ବ୍ଲାକମେଲିଂ କରୁଛନ୍ତି ବୋଲି ସରସ୍ୱତୀ କହିଛନ୍ତି। ସେହିପପରି ଦୂତିଙ୍କ ମା’ ସିଧାସଳଖ କିଟ୍‌କୁ ଦାୟୀ କରି କହିଛନ୍ତି ଯେ, କିଟ୍‌ର ଶିକ୍ଷକମାନେ ଏ ଷଡ଼ଯନ୍ତ୍ର କରିଛନ୍ତି। କହିଛନ୍ତି, ସେ ଝିଅଟେ। ସେ ଜଣେ ପୁଅକୁ ବାହାହେବ। ହେଲେ ଆଉଗୋଟିଏ ଝିଅକୁ ସେ କେମିତି ବାହା ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ତା’ ପଇସାପତ୍ରକୁ ହଡ଼ପ କରିବାକୁ ଚକ୍ରାନ୍ତ ଚାଲିଛି ବୋଲି ଦୂତିଙ୍କ ମା’ କହିଛନ୍ତି।

ଦୂତିଙ୍କ ମା’ ଆହୁରି କହିଛନ୍ତି ଯେ, ଦୂତି ପାଇଥିବା ଟଙ୍କାର ହିସାବ ସେ ଆମକୁ କେବେ କହିନି। ସେ ପାଇଥିବା ୩ କୋଟି ଟଙ୍କା ବିଷୟରେ ଆମେ କିଛି ଜାଣିନୁ। ଏବେ ସେ ବାହାହେବାକୁ କହିବାରୁ ମୁଁ ତାକୁ ବିରୋଧ କଲି। ମୁଁ ମନା କରିବାରୁ ସେ ତା ବାପା ମା’ ଦୁଇଜଣଙ୍କୁ ଭିକ ମଗାଇବ କହୁଛି। ମୁଁ ଏସବୁ ଶୁଣିଲା ପରେ ଭାବୁଛି ତା ବିରୋଧରେ ବଡ଼ ଚକ୍ରାନ୍ତ ହୋଇଛି। ସେ କିଟ୍‌ରେ ରହୁଛି। ସେଇଠି ପଢ଼ୁଛି।

ସେଇଠି କିଛି ଚକ୍ରାନ୍ତ ହୋଇ ଥାଇପାରେ ବୋଲି ମୁଁ ସନ୍ଦେହ କରୁଛି। କିଟ୍ ଚାହୁଁଛି ସେ ସଫା ହୋଇଗଲେ, ସବୁ ହଡ଼ପ କରିନେବେ। ବାପା ମା’ଙ୍କୁ ଭିକ ମାଗିବାକୁ କହୁଥିବା ଝିଅ କିଟ୍ ସାହସରେ ଏପରି କହୁଛି। କିଟ୍ ସାହସ ନଦେଇଥିଲେ ସେ ମତେ ଏତେବଡ଼ କଥା କହିଥାନ୍ତା କି ବୋଲି ପ୍ରଶ୍ନ କରିଛନ୍ତି ଦୂତିଙ୍କ ମା’। ତେବେ ଦୂତିଙ୍କ ମା’ଙ୍କ ଅଭିଯୋଗ ନେଇ କିଟ୍‌ର ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/30vHfcn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages