
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ତିନିଟି ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ଏହି ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ତା’ସହିତ ଧୂଳିଝଡ଼ ଓ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି।
ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛଇ- ନୟାଗଡ଼, ଯାଜପୁର ଓ କେନ୍ଦ୍ରାପଡ଼ା। ରାତି ୮ଟା ପର୍ଯ୍ୟନ୍ତ ଏହି ସବୁ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଏସବୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ହାଲ୍କା ବର୍ଷା ହେବା ସହିତ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି ବେଗରେ ପବନ ବହିପାରେ।
ସୂଚନାଯୋଗ୍ୟ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହା ସହିତ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି କାଳବୈଶାଖୀ ବର୍ଷା ମଧ୍ୟ ହେଉଛି।
from Odisha Reporter http://bit.ly/2Ei5v85
No comments:
Post a Comment