ବିବାହ ପରେ ବଦଳିଯାଇଛି ବିରାଟଙ୍କ ଭାଗ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ବିବାହ ପରେ ବଦଳିଯାଇଛି ବିରାଟଙ୍କ ଭାଗ୍ୟ

ଲଣ୍ଡନ୍: ଟିମ୍ ଇଣ୍ଡିଆର “ମିଶନ୍ ୱାର୍ଲ୍ଡ କପ୍’ ଆରମ୍ଭ ହେବାରୁ ଅଧିନାୟକ ବିରାଟ କୋହଲି ଏକ ବଡ଼ ଖୁଲାସା କରିଛନ୍ତି। ବିରାଟ କୋହଲିଙ୍କ ମତରେ, ଅନୁଷ୍କା ଶର୍ମାଙ୍କ ସହ ବିବାହ ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି। ବିଶେଷକରି ଅନୁଷ୍କାଙ୍କୁ ବିବାହ କରିବା ପରେ ନା କେବଳ ବିରାଟଙ୍କ ଖେଳରେ ପରିବର୍ତ୍ତନ ଆସିଛି ବରଂ ତାଙ୍କ ନେତୃତ୍ୱରେ ମଧ୍ୟ ଅନେକ ସୁଧାର ଆସିଛି।

ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଆଇସିସିର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କୋହଲି କହିଛନ୍ତି, ବିବାହ ପରେ ଜଣେ ବ୍ୟକ୍ତି ଅଧିକ ଦାୟିତ୍ୱବାନ ହୋଇଥାଏ। ବିବାହ ପରେ ଜଣେ ବ୍ୟକ୍ତି ପ୍ରତିଟି କଥାକୁ ବୁଝିବାକୁ ଆରମ୍ଭ କରନ୍ତି। ଏହାଛଡ଼ା କ’ଣ ଠିକ୍ ଏବଂ କ’ଣ ଭୁଲ୍ ମଧ୍ୟ ଜାଣିବାକୁ ମିଳିଥାଏ।

ଏବେ ମୁଁ ପୂର୍ବାପେକ୍ଷା ଅଧିକ ଦାୟିତ୍ୱବାନ ହୋଇପାରିଛି। ଏଥିରେ ମୋର କ୍ୟାପଟେନ୍ସିରେ ମଧ୍ୟ ପରିବର୍ତ୍ତନ ଆସିଛି। ଏହାଛଡ଼ା ଜଣେ ମଣିଷ ଓ ଖେଳାଳି ଭାବେ ମୋ ଭିତରେ ଅନେକ ସୁଧାର ଆସିଛି। ସତ କହିବାକୁ ଗଲେ ଅନୁଷ୍କା ମୋ ପାଇଁ ବହୁତ ଲକି।’ ସୂଚନାଯୋଗ୍ୟ, ବିରାଟ କୋହଲି ଓ ବଲିଉଡ୍ ସୁପରଷ୍ଟାର୍ ଅନୁଷ୍କା ଶର୍ମାଙ୍କ ବିବାହ ୧୧ ଡିସେମ୍ବର, ୨୦୧୭ରେ ହୋଇଥିଲା। ଏହା ପୂର୍ବରୁ ଦୁହେଁ ପରସ୍ପରକୁ ଦୀର୍ଘଦିନ ଧରି ଡେଟ୍ କରୁଥିଲେ।

ଦେଖନ୍ତୁ କ’ଣ କହୁଛନ୍ତି ବିରାଟ୍



from Odisha Reporter http://bit.ly/2EGprlw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages