ରମଜାନରେ ‘ରୋଜା’ ରଖି ଭାଙ୍ଗିଲେ ଯାଇପାରନ୍ତି ଜେଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 28, 2019

ରମଜାନରେ ‘ରୋଜା’ ରଖି ଭାଙ୍ଗିଲେ ଯାଇପାରନ୍ତି ଜେଲ୍‌

ନୂଆଦିଲ୍ଲୀ: ପବିତ୍ର ରମଜାନ ମାସରେ ମୁସଲିମ ଧର୍ମାବଲମ୍ବୀମାନେ ‘ରୋଜା’ ରଖନ୍ତି। ଅର୍ଥାତ ସୂର୍ଯ୍ୟ ଉଦୟରୁ ଅସ୍ତ ଯାଏ ସେମାନେ କିଛି ଖାଇବେ ନାହିଁ। ତେବେ ଏହି ମାସରେ କୌଣସି ମୁସଲିମ୍‌ ଲୋକ ରୋଜା ଭାଙ୍ଗୁଛି କି ନାହିଁ. ତା’ ଉପରେ ନଜର ରଖିବା ପାଇଁ ମ୍ୟାଲେସିୟା ପୁଲିସ୍‌ ଏକ ଅଭିନବ ଉପାୟ ଅବଲମ୍ବନ କରିଛି।

ମୁସଲିମ୍‌ମାନଙ୍କ ଉପରେ ନଜର ରଖିବା ପାଇଁ ମ୍ୟାଲେସିଆ ପୁଲିସ୍‌ ୱେଟ୍‌ର ଏବଂ କୁକ୍‌ ବେଶରେ ବିଭିନ୍ନ ହୋଟେଲ୍‌ରେ ମୁତୟନ ହୋଇଛନ୍ତି। ଯଦି କେହି ମୁସଲିମ୍‌ ରୋଜା ଭାଙ୍ଗିବାର ଦେଖାଯାଏ, ତା’ହେଲେ ସେମାନେ ଏହାର ଫଟୋ ଉଠାଇବେ। ଏହାକୁ ଦେଶର ଧାର୍ମିକ ସଂସ୍ଥା ବିଭାଗ ନିକଟକୁ ପଠାଇବେ। ଏହାପରେ ସଂପୃକ୍ତ ବ୍ୟକ୍ତିଙ୍କୁ ୬ ମାସ ଯାଏ ଜେଲ କିମ୍ବା ୩୨୯ ଆମେରକୀୟ ଡଲାର ଫାଇନ୍ ଦେବାକୁ ମଧ୍ୟ ପଡ଼ିପାରେ।

ଏହି ଗୁଇନ୍ଦାଗିରି କାମରେ ପାଖାପାଖି ୩୨ରୁ ୩୫ ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି। ବିଶେଷ କରି ଭଲ ଚା’ ଏବଂ ନୁଡୁଲ୍‌ ଜାତୀୟ ଖାଦ୍ୟ ପ୍ରସ୍ତୁତ କରୁଥିବା ମ୍ୟାଲେସିୟାର ୧୮୫ଟି ହୋଟେଲ୍‌ରେ ପୁଲିସ ଅଫିସରମାନଙ୍କୁ ମୁତୟନ କରାଯାଇଛି।

ଖାଇବାକୁ ମାଗୁଥିବା ଲୋକଙ୍କ ଭାଷାରୁ ହିଁ ସେମାନେ ମୁସଲିମ୍‌ କିମ୍ବା ଅନ୍ୟ ଧର୍ମର ବୋଲି ଅଧିକାରୀମାନେ ଜାଣିପାରିବାର କ୍ଷମତା ରଖିଛନ୍ତି। କେବଳ ମ୍ୟାଲେସିୟାର ମୁସଲିମ ନୁହେଁ, ଏଠାକୁ ଆସୁଥିବା ସମସ୍ତ ମୁସଲିମ ଧର୍ମାବଲମ୍ବୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି ବୋଲି ସେଗେମଣ୍ଟ ମ୍ୟୁନିସିପାଲ କାଉନସିଲ ସଭାପତି ମହମ୍ମଦ ମାସନି ୱାକିମାନ କହିଛନ୍ତି। ତେବେ ଏଭଳି ନିମୟକୁ ବହୁ ଲୋକ ବିରୋଧ କରିଛନ୍ତି।



from Odisha Reporter http://bit.ly/2VSvQzz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages