
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ଝଡ଼ବାତ୍ୟା ଫୋନି ଏବେ ଓଡ଼ିଶା ଆଡ଼େ ମୁହାଁଇଛି। ଆସନ୍ତାକାଲି ସକାଳ ୮ରୁ ୧୦ ମଧ୍ୟରେ ଫୋନି ପୁରୀ ପାଖାପାଖି ଅଞ୍ଚଳରେ ଲ୍ୟାଣ୍ଡଫଲ କରିବ। ତେବେ ଲ୍ୟାଣ୍ଡଫଲ କରିବା କ୍ଷଣି ଫୋନି କିଛି ସମୟ ପରେ ଦୁର୍ବଳ ହୋଇଯିବ। ତେବେ ୩ ତାରିଖ ମଧ୍ୟରାତ୍ର ଯାଏ ଓଡ଼ିଶା ଉପରେ ଏହାର ପ୍ରଭାବ ରହିବ।
ଏହାପରେ ଭୀଷଣ ବାତ୍ୟାରେ ପରିଣତ ହୋଇ ପଶ୍ଚିମବଙ୍ଗରେ ପହଞ୍ଚିବ। ଫୋନି ୪ ତାରିଖ ସକାଳେ ପଶ୍ଚିମବଙ୍ଗରେ ପହଞ୍ଚିବ। ଏହାର ପ୍ରଭାବରେ ପଶ୍ଚିବଙ୍ଗରେ ଘଣ୍ଟାପ୍ରତି ୮୦ରୁ ୯୦ କିମି ବେଗରେ ପବନ ବୋହିବ। ବର୍ଷାର ପରିମାଣ ଅଧିକ ରହିବ। ଏହାପରେ ରବିବାର ସକାଳ ସୁଦ୍ଧା ଫୋନି ଆହୁରି ଦୁର୍ବଳ ହୋଇ ବାଂଲାଦେଶରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
from Odisha Reporter http://bit.ly/2PKGyqG
No comments:
Post a Comment